ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀ ବିଧାୟକ ନବ ରଣ ମାଝୀଙ୍କ PM CARE FUND କୁ ୧ ଲକ୍ଷ ଟଙ୍କା ର ଚେକ୍ ପ୍ରଦାନ

ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ବାଳ): ସାରା ବିଶ୍ବରେ ଅଦୃଶ୍ୟ ମହାମାରୀ’କରୋନା’ ର ଭୟାବହତା ଖେଳିଯାଇଛି । ଏଥିରେ ମଧ୍ୟ ଗରିବ ଭାରତ ବର୍ଷ ପ୍ରଭାବିତ ।ଦିର୍ଘ ଦିନ ହେଲା କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଜାରି ରଖିଛନ୍ତି । ଆଗକୁ ଆହୁରି ମେ ୩ ପର୍ଯ୍ୟନ୍ତ ଲକ୍ ଡାଉନ୍ ଜାରି ରହିବ । ଲକ୍ ଡାଉନ୍ ରେ ସମଗ୍ର ଭାର ବର୍ଷର ଆର୍ଥିକ ମାନ୍ଦାବସ୍ଥା ବଢିଯାଇଛି । କଳକାରଖାନା, ବିଲବାଡ଼ି, ରାସ୍ତା ଘାଟ , ଦୋକାନ ବଜାର , ଗାଡିଘୋଡା ସବୁ ଠପ୍ । ଲୋକମାନେ ଅର୍ଥ ଅଭାବ, କାମଧନ୍ଦା ନ ପାଇ ଘର ଭିତରେ ଅକଥନୀୟ ନିର୍ଯାତନା ଓ ଯନ୍ତ୍ରଣାରେ କାଳାତିପାତ କରିଛନ୍ତି ।ଦେଶର ୧୩୪ କୋଟି ଲୋକଙ୍କ ଜୀବନ ରକ୍ଷା ପାଇଁ ସରକାର ସଙ୍କଳ୍ପ ବଦ୍ଧ ।ଏହି କେବଳ ଲକ୍ ଡାଉନ୍ ,କଞବିଦ ହସ୍ପିଟାଲ,ସାଂସ୍କୃତିକ, ଡାକ୍ତରଖାନା, ଡାକ୍ତର, ଓ ଔଷଧୀୟ ସାମଗ୍ରୀର ଆବଶ୍ୟକତା ରହିଛି । ତେଣୁ ସରକାର ଲୋକମାନଙ୍କ ଠାରୁ ଯିଏ ଯେତିକି ସାହାର୍ଯ୍ୟ କରିବ ନିବେଦନ କରିଛନ୍ତି । ଏଥିପାଇଁ ବହୁ ଦାତବ୍ୟ ଅନୁଷ୍ଠାନ, ବ୍ୟକ୍ତି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠିକୁ ଯଥାସମ୍ଭବ ସାହାର୍ଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।ରାଇରଙ୍ଗପୁରର ବିଧାୟକ ଆଜନ୍ମ ବ୍ରହ୍ମଚାରୀ, ପ୍ରଜାପତି ବ୍ରହ୍ମ କୁମାରୀ ଐଶ୍ବରିକ ବିଦ୍ୟାଳୟର ସାଧକ, ବିଶିଷ୍ଟ ଆଦିବାସୀ ନେତା, ପଶ୍ଚିମ ମୟୂରଭଂଜ ଜିଲ୍ଲ ବିଜେପି ସଭାପତି ସମାଜସେବୀ ନବ ଚରଣ ମାଝୀ ଯିଏକି ଦିର୍ଘ ଦୁଇ ମାସ ହେଲା ଶାରୀରିକ ଅସୁସ୍ତ ଥିଲେ ସିଏ ଆଜି ଘରୁ ବାହାରି ରାଇରଙ୍ଗପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ରିଲିଫ ପାଣ୍ଠିକୁ ୧ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। ତଥା ରାଇରଙ୍ଗପୁର ପୌରାଞ୍ଚଳର କୋଭିଡ -୧୯ ସମ୍ବନ୍ଧୀୟ ଆଲୋଚନା ଓ ହାଲଚାଲ ବୁଝାବୁଝି କରିଥିଲେ । ଏଭଳି ଜାତୀୟ ବିପର୍ଯ୍ୟୟ ସମୟରେ ବିଧାୟକଙ୍କ ୧ଲକ୍ଷ ଟଙ୍କା ସହାୟତା ଅଙ୍କରେ ଛୋଟ ହେଲେ ମଧ୍ୟ ଦୁଖୀରଙ୍କୀ ସେବାରେ କିଛିଟା ସହଯୋଗର କାମରେ ଲାଗିପାରିବ । ବିଧାୟକଙ୍କ ଏଭଳି ମାନବୀୟ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ