ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ପୋଲିସ ଓ ସେକ୍ଟର ଅଫିସ ର ମାନଙ୍କୁ ନେଇ ତିନିଦିନିଆ ପ୍ରଶିକ୍ଷଣ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ) : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହିତ ସମାପନ କରିବା ଲାଗି ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡାଙ୍କ ତତ୍ୱାବଧାନରେ ବୈଠକ କରାଯାଇ ବିଭିନ୍ନ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି । ଯେପରିକି, ସାଧାରଣ ନିର୍ବାଚନରେ ଅଧିକରୁ ଅଧିକ ମତଦାତା ନିଜ ନିଜର ମତ ସାବ୍ୟସ୍ଥ କରିପାରିବେ, ସମସ୍ତ ପ୍ରକାର ବର୍ଗର ଲୋକ ଯେପରି ଶାନ୍ତି ଶୃଙ୍ଖଳାର ସହିତ ନିର୍ବାଚନରେ ଭାଗ ନେଇ ନିଜ ନିଜର ମତ ସାବ୍ୟସ୍ଥ କରିପାରିବେ ସେ ଉପରେ ଗୁରୁତ୍ୱ ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ମଙ୍ଗଳବାର ସ୍ଥାନୀୟ ଗଞ୍ଜାମ ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ସାଧାରଣ ନିର୍ବାଚନରେ ନିୟୋଜିତ ହେବାକୁ ଥିବା ପୋଲିସ ଓ ସେକ୍ଟର ଅଫିସର ମାନଙ୍କୁ ନେଇ ୩ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜି ପ୍ରଥମ ଦିନରେ ଛତ୍ରପୁର ଉପଖଣ୍ଡ ସ୍ତରୀୟ ପୋଲିସ ଓ ସେକ୍ଟର ଅଫିସର ମାନଙ୍କୁ ନେଇ ପ୍ରଶିକ୍ଷଣ ପ୍ରଦାନ କରାଯାଇଛି । ଏହି ପ୍ରଶିକ୍ଷଣ ଶିବିର ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତା କରିଥିବା ବେଳେ ଗଞ୍ଜାମ ଜିଲ୍ଲାପରିଷଦ ର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପ୍ରଧାନ,ଛତ୍ରପୁର ଉପଜିଲ୍ଲାପାଳ ଦେବଦତ୍ତ ମହାନ୍ତ, ଡେପୁଟିକଲେକ୍ଟର ଦୟାସିନ୍ଧୁ ପରିଡା,ଡେପୁଟି କଲେକ୍ଟର(ନିର୍ବାଚନ) ରାଜେଶ କୁମାର ଏକା, ଆସିଷ୍ଟାଣ୍ଟ କଲେକ୍ଟର ଓମ ପ୍ରକାଶ ପରିଡା ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ନିୟୋଜିତ ହେବାକୁ ଥିବା ପୋଲିସ ଓ ସେକ୍ଟର ଅଫିସର ମାନଙ୍କୁ ନିର୍ବାଚନି ସମ୍ପର୍କିତ ବିଭିନ୍ନ ତାଲିମ ପ୍ରଦାନ କରାଯାଇଥିଲା, ସେକ୍ଟର ଅଫିସର ମାନେ ଇଭିଏମ ଉପରେ ଲୋକଙ୍କୁ ବିଭିନ୍ନ ସଚେତନତା କରାଇବେ,ଜିଲ୍ଲା ରେ ଭୋଟ ମତଦାନ ନିମନ୍ତେ ୩୦୭୭ ବୁଥ୍ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ