କନିଷ୍ଠ ମହିଳା ମହାବିଦ୍ୟାଳୟ ଠାରେ ଅତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାରଳାଖେମୁଣ୍ଡି : (ତାରିଣୀ ପ୍ରସାଦ ପଣ୍ଡା) ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କନିଷ୍ଠ ମହିଳା ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହେଉଥିବା ଆତ୍ମସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ ହୋଇଯାଇଛି । ଗତ ୧୫ଦିନ ଧରି ଚାଲୁ ରହିଥିବା ଏହି କାର୍ଯ୍ୟକ୍ରମରେ ପ୍ରାୟ ୨୦୦ରୁ ଉର୍ଦ୍ଧ୍ୱ ଛାତ୍ରୀ ଯୋଗଦେଇ ଆତ୍ମସୁରକ୍ଷା ଉପରେ ତାଲିମ ଗ୍ରହଣ କରିଥିଲେ । ଏଥିରେ ତାଲିମ ଦାତା ଭାବେ ସୁମିତା ପରିଚ୍ଛା, ପରିଣିତା ଶବର, ଲଳିତା ପଢିହାରୀ, ଦୀପ୍ତମୟୀ ସାହୁ ପ୍ରମୁଖ ଯୋଗ ଦେଇ ଛାତ୍ରୀମାନଙ୍କୁ ତାଲିମ ଦେଇଥିଲେ । ଏହି ଉଦ୍‌ଯାପନି କାର୍ଯ୍ୟକ୍ରମରେ ମଖ୍ୟ ଅତିଥିଭାବେ ଏସ.କେ.ଜି କଲେଜର ପ୍ରଫେସର ଇନ୍ଦୁ ଭୁଷଣ ସାହୁ ଯୋଗ ଦେଇ ଏପରି କାର୍ଯ୍ୟକ୍ରମ ପ୍ରଂସଶା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷା ଅରୁଣା କୁମାରୀ ସାମଲ, ଅଧ୍ୟାପିକା ଅମ୍ବିକା ଦେବୀ, ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ