କାଶୀନଗରରେ “ଶିକ୍ଷା ଶପଥ ସପ୍ତାହ” କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଜାତୀୟ ଶିକ୍ଷାନୀତି -୨୦୨୦ର ଚତୁର୍ଥ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ, ବିଦ୍ୟାଳୟ ଶିକ୍ଷା ଓ ସାକ୍ଷରତା ବିଭାଗ, ନୂଆଦିଲ୍ଲୀଙ୍କ ନିର୍ଦ୍ଦେଶନାମା ଅନୁସାରେ ସାରା ରାଜ୍ୟରେ ୨୨ ଜୁଲାଇ ୨୦୨୪ ରୁ ୨୮ ଜୁଲାଇ ୨୦୨୪ ପର୍ଯ୍ୟନ୍ତ ‘ଶିକ୍ଷା ଶପଥ ସପ୍ତାହ’ ପାଳନ କରାଯାଉଛି. ଏହି ପରିପ୍ରେକ୍ଷୀରେ କାଶୀନଗର ବ୍ଲକର ବିଭିନ୍ନ ବିଦ୍ୟାଳୟରେ ତଥା କାଶୀନଗର ଠାରେ ଥିବା ବାରଣାସୀ ଉଚ୍ଚ ବିଦ୍ୟାଳୟରେ ମଧ୍ୟ ଏହି ସପ୍ତାହ ପ୍ରଧାନ ଶିକ୍ଷକ ଭାଗିରଥି ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱଧାନ ରେ ସପ୍ତାହ ବ୍ୟାପି ପାଳିତ ହେଉଛି. ଏହି ଦିବସ ୭ ଦିନ ଧରି ଚାଲିବ ଓ ଏହି ସାତ ଦିନ ମଧ୍ୟରେ ପ୍ରତ୍ୟେକ ଦିବସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯିବାର ବ୍ୟବସ୍ତା ରହିଛି ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବେହେରା ଆମ ପ୍ରତିନିଧିଙ୍କୁ ସାକ୍ଷାତକାରରେ କହିଛନ୍ତି. ପ୍ରଥମ ଦିବସରେ ପିଲାମାନେ ଓ ଶିକ୍ଷକ ମିଶି ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କରିଥିଲେ ଓ ଦ୍ଵିତୀୟ ଦିନରେ ଏଫ ଏଲ ଏନ କାର୍ଯ୍ୟକ୍ରମ କରାଯାଇ ଥିଲା. କିଡ଼ିଗାଁ ହାଇସ୍କୁଲ ଠାରେ ଏକ ବୈଠକ ପ୍ରଧାନ ଶିକ୍ଷକ ଏସ.ରାମା ରାଓ ଙ୍କ ଅଧ୍ୟକ୍ଷତା ରେ ଅରମ୍ଭ ହୋଇଥିଲା. ଏହି ବୈଠକରେ ସିଆରସିସି ଆର ମଧୁ କୁମାର ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିଲେ | ଛାତ୍ର ଓ ଛାତ୍ରୀଙ୍କ ଶିକ୍ଷା ରେ ଶିକ୍ଷଣ ସାମଗ୍ରୀର ବ୍ୟବହାର ଓ ପ୍ରସ୍ତୁତି ସମ୍ପର୍କରେ ଅବଗତ କରି ଥିଲେ.ଆଜି ମଜାଲା ସାହି ବିଦ୍ୟାଳୟରେ ଶିକ୍ଷକ ଶ୍ରୀ ଜଗଦୀଶ ପାତ୍ର ଦ୍ଵିତୀୟ ଦିନର କାର୍ଯ୍ୟକ୍ରମ ଭାଷା ଓ ସଂଖ୍ୟା ଜ୍ଞାନ ସମ୍ପର୍କରେ ଛାତ୍ର ଛାତ୍ରୀଙ୍କୁ ବୁଝାଇଥିଲେ | ଶିକ୍ଷକ ପି ରବି, କେ ମଧୁ, ଏଲ ରାମା ରାଓ, ଶ୍ରୀଦେବୀ, ସ୍ୱାତୀ, ଓ ସାରଦା ଏହି କାର୍ଯ୍ୟକ୍ରମକୁ ସାହାଯ୍ୟ କରିଥିଲେ | ଆହୁରି ପାଞ୍ଚ ଦିନ ଏହି କାର୍ଯ୍ୟକ୍ରମ ଚାଲିବ ବୋଲି ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଦିକନ୍ଦ ଗମାଙ୍ଗ ସୂଚନା ଦେଇଛନ୍ତି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ