ପାରଳା ଥାନା ଅଧିକାରୀଙ୍କ ସ୍ୱତନ୍ତ୍ର ପଦକ୍ଷେପ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ବିଭିନ୍ନ ଚୋରୀ ଓ ଲୁଟେରା ମାନଙ୍କୁ ପାରଳା ଆଦର୍ଶ ଥାନା ପୋଲିସ ଗିରଫ କରିବାରେ ସଫଳ ହୋଇଛନ୍ତି । ବର୍ତ୍ତମାନ ଦିନ ଦିପହରରେ ଲୁଟ ଘଟଣା ସହ ସମ୍ପୃକ୍ତ ଲୁଟେରାମାନଙ୍କୁ ଅତି ତୁରନ୍ତ ଗିରଫ ପାଇଁ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଥିବା ପାରଳା ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ କହିଛନ୍ତି । ଘଟଣାରୁ ପ୍ରକାଶ ଯେ, ପାରଳାଖେମୁଣ୍ଡି ସହରର ଚିତ୍ରକାର ସାହି ନିବାସୀ ଗିରିଜା ରଥ (୪୮) ନାମକ ମହିଳା ପାରଳାଖେମୁଣ୍ଡି ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ କାର୍ଯ୍ୟ ଶେଷ କରି ନିଜ ଘରକୁ କବିଚନ୍ଦ୍ର ସାହି ମଧ୍ୟ ଦେଇ ଯାଉଥିବା ସମୟରେ ପଛପଟୁ ଦୁଇଜଣ ଯୁବକ ମୋଟରସାଇକେଲ ଯୋଗେ ଆସି ମହିଳା ଜଣକ ଧରିଥିବା ମନିବ୍ୟାଗ୍‌ଟିକୁ ଛଡାଇ ସେଠାରୁ ଚମ୍ପଟ ମାରିଥିଲେ । ଅପରାହ୍ନ ସମୟ ହୋଇଥିବାରୁ ମହିଳା ଜଣକ ଚିତ୍କାର କରିଥିଲେ ମଧ୍ୟ ରାସ୍ତାରେ ଜନଗହଳି ନଥିବାରୁ ଦୁବୃତ୍ତମାନେ ସେଠାରୁ ଚମ୍ପଟ ମାରିବାରେ ସଫଳ ହୋଇଥିଲେ । ଉକ୍ତ ଘଟଣା ସମ୍ପର୍କରେ ମହିଳା ଜଣକ ପାରଳାଖେମୁଣ୍ଡି ଆଦର୍ଶ ଥାନାରେ ଏତଲା ଦେଇଥିଲେ । ଉକ୍ତ ଏତଲା ପ୍ରକାରେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପକ୍ଷରୁ ଜି.ଡି. କେସ ଦାୟର କରି ମହିଳା ଜଣକଙ୍କ ହଜିଥିବା ନଗଦ ୩ହଜାର ୫ଟଙ୍କା, ଆଧାରକାର୍ଡ, ପାନକାର୍ଡ, ବ୍ୟାଙ୍କ ଜମାଖାତା ଓ ଆଣ୍ଡରଏଡ ମୋବାଇଲ ଯାହାର ନମ୍ବରଟିକୁ ବର୍ତ୍ତମାନ ପୋଲିସ ପକ୍ଷରୁ ଟ୍ରାକିଂରେ ପକାଇ ତଦନ୍ତ ଜାରି ରଖାଯାଇଥିବାର ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ବିବେକାନନ୍ଦ ସ୍ୱାଇଁ ସୂଚନା ପ୍ରଦାନ କରିବା ସହ କହିଛନ୍ତି ଯେ, ଗତ କିଛି ଦିନ ତଳେ ପାରଳା ସହରର ଗଜପତି ଷ୍ଟାଡିୟମ ନିକଟସ୍ଥ ଶ୍ରୀ ଶନିଦେବ ମନ୍ଦିର ହୁଣ୍ଡିଚୋରୀ ଓ ଲୁଟ ମାମଲାରେ ପୋଲିସ ଦୁର୍ବୃତ୍ତ ମାନଙ୍କୁ ଗିରଫ କରିବା ସହ ଗତ କିଛି ଦିନ ତଳେ ରାତ୍ର ସମୟରେ ପାରଳା ସହରର ଏକ ଏଟିଏମ୍‌ରୁ ଦୁର୍ବୃତ୍ତମାନେ ଟଙ୍କା ଲୁଟ ଉଦ୍ଦ୍ୟମ ବେଳେ ପୋଲିସ କୌଶଳ କ୍ରମେ ଚଢାଉ କରି ୩ଜଣଙ୍କୁ ଗିରଫ କରାଯାଇଛି । ପୋଲିସ ବର୍ତ୍ତମାନ ମଧ୍ୟ ଏହି ଲୁଟେରା ମାନଙ୍କୁ ଅତି ତୁରନ୍ତ ଗିରଫ ପାଇଁ ବିହିତ ତଦନ୍ତ ସହ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ