ପାରଳାରେ ବରିଷ୍ଠ ନାଗରିକ ମଞ୍ଚର ବୈଠକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ବରିଷ୍ଠ ନାଗରିକ ମଞ୍ଚ କାର୍ଯ୍ୟାଳୟ ଠାରେ ମଞ୍ଚର ସଭାପତି ଲକ୍ଷ୍ମୀ ନୃସିହ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଆସନ୍ତା ବର୍ଷ ଯଥା ୦୯.୦୧.୨୦୨୨ରେ ମଞ୍ଚର ସାଧାରଣ ବୈଠକ ଅନୁଷ୍ଠିତ ହେବାପାଇଁ ସ୍ଥିର କରାଗଲା । ବୈକରେ ମଞ୍ଚର ସମ୍ପାଦକ ହରି ମୋହନ ପଟ୍ଟନାୟକ ସଂଞ୍ଚାଳ କରିଥିବାବେଳେ ଏଥିରେ ଉପସଭାପତି ରାମଚନ୍ଦ୍ର ପାଢି, କୋଷାଧ୍ୟକ୍ଷ ରଘୁନାଥ ମହାରଣା, ଉପଦେଷ୍ଠା ଜଗଦିଶ ଚନ୍ଦ୍ର ମହାପାତ୍ର, ସଭ୍ୟ ଚିତ୍ତ ରଂଜନ, ଶୁସିଲ କୁମାର ପଣ୍ଡା, ଗଣପତି ପ୍ରଧାନ, ଲବ ଜେନା, ସୁବାଷ ଚନ୍ଦ୍ର ରାଉତ, ଜୟକୃଷ୍ଣ ପଟ୍ଟନାୟକ, ସୂର୍ଯ୍ୟନାରାୟ ପଟ୍ଟନାୟକ, ସତ୍ୟବାଦି ପାତ୍ର ପ୍ରମୁଖ ଉପସ୍ଥିତଥିଲେ ।


