ପାରଳା ସହରରେ କରୋନା ସଂକ୍ରମଣ ବିଭିନ୍ନ ଅଞ୍ଚଳ କଣ୍ଟେନମେଣ୍ଟ କଟକଣା
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସହରରେ କରୋନା ସଂକ୍ରମଣ ଦିନକୁ ଦିନ ଘନେଇବା ଯୋଗୁ ସହରର ବିଭିନ୍ନ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ କଟକଣା ଭାବେ ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଇଛି । ପାରଳାଖେମୁଣ୍ଡି ସହରର ଇନ୍ଦୀରା ନଗର,ସୁବାସ ନଗର,ଅଙ୍କ ସାହି,ଡଙ୍କା ସାହି,ଗାନ୍ଧୀନଗର,ଶ୍ରୀଧର ନଗର,ମହେନ୍ଦ୍ର ନଗର,ବଡ ବ୍ରାହ୍ମଣ ସାହି,କାମ୍ପ ସାହି,ବି.ଏଲ.ପେଟା,ସେରି ଜାଗିଲି ସାହି,ବ୍ୟବର୍ତ୍ତା ସାହି ଆଦି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରାଯଇଛି । ଏହି ସବୁ ଅଞ୍ଚଳର ତଦାରଖ ପାରଳା ତହସିଲଦାର ଅଚ୍ୟୁତାନନ୍ଦ ଜାନୀ ଓ ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତ ପ୍ରମୁଖଙ୍କୁ ଦିଆଯାଇଛି । ଏହି ସବୁ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯିବା ସହ ଏଠାରେ ସାଧାରଣ ଯାତାୟତ ଉପରେ ରୋକ୍ ଲଗାଯାଇଛି । ଏଠାରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଶାସନ ପକ୍ଷରୁ ଯୋଗାଇବା ବ୍ୟବସ୍ଥା କରାଯାଇଛି । ଏହି ସମସ୍ତ ଅଞ୍ଚଳରେ ପୌର ପରିଷଦ ପକ୍ଷରୁ ବିଶୋଧନ କରାଯାଉଛି ।


