ରାଷ୍ଟ୍ରୀୟ ପୁରସ୍କାରରେ ସମ୍ମାନିତ ହେଲେ ଶିକ୍ଷକ ଅଜିତ କୁମାର ସେଠୀ

ଛତ୍ରପୁର (ଦେବଦତ୍ତ ମହାରଣା ): ପବିତ୍ର ଗୁରୁ ଦିବସ ଅବସରରେ ରବିବାର ଓଡ଼ିଶାର ଦୁଇ ଜଣ ଶିକ୍ଷକଙ୍କୁ ରାଷ୍ଟ୍ରୀୟ ପୁରସ୍କାର-୨୦୨୧ରେ ସମ୍ମାନିତ କରାଯାଇଛି। ଓଡ଼ିଶାର ଦୁଇ ଜଣଙ୍କ ସମେତ ଦେଶର ମୋଟ୍‌ ୪୪ ଜଣ ଶିକ୍ଷକଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯାଇଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ସେମାନଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରୀୟ ଶିକ୍ଷକ ପୁରସ୍କାରରେ ସମ୍ମାନିତ ଓଡ଼ିଶାର ଦୁଇ ଜଣ ଶିକ୍ଷକ ହେଉଛନ୍ତି ଭଦ୍ରକ ଜିଲ୍ଲା ହାଇସ୍କୁଲର ଶିକ୍ଷକ ଅଶୋକ କୁମାର ଶତପଥୀ ଓ ଗଞ୍ଜାମ ଜିଲ୍ଲା କଣମଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ଶିକ୍ଷକ ଅଜିତ କୁମାର ସେଠୀ। ଭଦ୍ରକର ଶ୍ରୀ ଶତପଥୀ ବିଦ୍ୟାଳୟର ପୁରାତନ ଛାତ୍ରଛାତ୍ରୀଙ୍କ ସହଯୋଗରେ ବିଦ୍ୟାଳୟର ଭିତ୍ତିଭୂମିରେ ଉନ୍ନତି ଆଣିବାରେ ପ୍ରମୁଖ ଭୂମିକା ନେଇଛନ୍ତି। ସେହିପରି ଗଞ୍ଜାମଜିଲ୍ଲାର ଶ୍ରୀ ସେଠୀ ଆଇସିଟି ଏବଂ ସଙ୍ଗୀତ ଦ୍ଵାରା ଶିକ୍ଷାଦାନକୁ ଅଭିନବ ଏବଂ ରୋମାଞ୍ଚକର କରିଛନ୍ତି। ଗୁରୁ ଦିବସ ଅବସରରେ ରାଷ୍ଟ୍ରପତି ଶିକ୍ଷକଙ୍କୁ ଅନେକ ପରାମର୍ଶ ଦେଇଛନ୍ତି। ଏଥିସହ ଗୁରୁ-ଶିଶ୍ୟ ପରମ୍ପରା ବାବଦରେ ମତ ରଖିଥିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ। ରାଷ୍ଟ୍ରପତି ଭାର ବହନ କରିବା ପରେ ସେ ନିଜ ଗୁରୁଙ୍କ ପାଖକୁ ଯାଇ ଆଶୀର୍ବାଦ ନେଇଥିବା କଥା ମଧ୍ୟ କହିଥିଲେ ଶ୍ରୀ କୋବିନ୍ଦ। ଭର୍ଚୁଆଲ ମୋଡ଼୍‌ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ