ପାଲୁର ପ୍ଲାନେଟ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ
ଗଞ୍ଜାମ,(ଦୁର୍ଗା ମାଧବ ପାଣିଗ୍ରାହି): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଲୁର ସ୍ଥିତ ପ୍ଲାନେଟ ପବ୍ଲିକ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପୁର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପ୍ରଧାନ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ରୂପେ ଗଞ୍ଜମ ବିଡ଼ିଓ ଜ୍ୟୋତିଶଙ୍କର ରାୟ ଯୋଗଦେଇ ବିଦ୍ୟର୍ଥୀଙ୍କୁ ତାଙ୍କର ଶୈଶବ୍ୟ ଅବସ୍ଥାରେ ପାଠ ପଢ଼ାଲଦି ନଦେଇ ତାଙ୍କୁ ଉପଭୋଗ କରବାକୁ ଦିଆଯାଉ । ବାପା ମାମା ମାନେ ନିଜର ଇଛା ଶକ୍ତି କୁ ପିଲାମାନଙ୍କ ଉପରେ ବୋଝ ନଅ କରି ତାଙ୍କୁ ନିଜ ର ସ୍ୱାଧୀନ ଅନୁସାରେ ପଢିବାକୁ ଓ ବଞ୍ଚିବାକୁ ଦିଅନ୍ତୁ । ଯାହା ଫଳରେ ଭବିଷ୍ୟତ ରେ ସେମାନେ ଏକ ଭଲ ମଣିଷ ହୋଇ ଦେଶମାତୃକା ର ସେବା କରିପାରିବେ ।ବିଶିଷ୍ଟ ଅତିଥି ରୂପେ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ ଯୋଗ ଦେଇ ଶିକ୍ଷା ହେଉଛି ପ୍ରଗତି ର ଚାବିକାଠି । ଶୃଙ୍ଖଳା, କର୍ତ୍ତବ୍ୟ, ଏକନିଷ୍ଠା ସାଧନା, ଗୁରୁଜନ ମାନଙ୍କୁ ସଂମ୍ମାନ, ଓ ଲକ୍ଷ୍ୟ ସ୍ଥିର କରି ପରିଶ୍ରମ କଲେ ସଫଳତା ମିଳ । ଶିକ୍ଷା ହେଉଛି ପ୍ରଗତି ର ଚାବିକାଠି ବୋଲି କହିଥିଲେ ।ମୁଖ୍ୟବକ୍ତା ରୁପେ ପୁରୀ ଡିଆଇଟି ର ଅଧକ୍ଷ ଚଣ୍ଡେସ୍ବର ମହାପାତ୍ର, ଯୋଗଦେଇ ପାଠପଢ଼ାଟା ନିଜର ବେକ୍ତିଗତ ଉନ୍ନତି ରେ ସୀମିତ ନ ରହି ସାମୁହିକ ଉନ୍ନତି ରେ ଲାଗୁ ବୋଲି କହିଥିଲେ । ସଂମ୍ମାନିତ ଅତିଥି ରୂପେ ଏବିଇଓ ବିଜୟ କୁମାର ବେହେରା, ଗଞ୍ଜାମ ଜିଲ୍ଲା ଇକ୍କୋ କ୍ଲବ ର ସଂଯୋଗକ ଶଙ୍କର ନାରାୟଣ ବେଜ , ହିଲପାଟଣା ୟୁପି ସ୍କୁଲ ର ପ୍ରଧାନ ଶିକ୍ଷକ ରଥବଲ୍ଳଭ ପଟ୍ଟନାୟକ , ହୁମ୍ମା ବିରଭଦ୍ରସ୍କୁଲ ର ଶିକ୍ଷୟତ୍ରୀ ପ୍ରିୟଙ୍କା ମହାପାତ୍ର, ପୁର୍ବତନ ସରପଞ୍ଚ କେଦାର ସ୍ବାଇଁ, ସିଆରସିସି ଦାମୋଦର ପଣ୍ଡା, ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ର ପୃଷ୍ଟପୃଷ୍ଟକତା ସମାଜ ସେବୀ ସୁବାସ ଚନ୍ଦ୍ର ପଲେଇ, ରାଣୀପଲେଇ ମଞ୍ଚାସିନ ଥିଲେ । ସ୍କୁଲ ର ଅଧକ୍ଷ ବେଣୁସୁର ସ୍ୱାଗତ ଭାଷଣ ଦେଇଥିବା ବେଳେ, ନିର୍ଦ୍ଦେଶକ ବୃନ୍ଦାବନ ଆଚାର୍ଯ୍ୟ ବର୍ଷିକ ବିବରଣୀ ପାଠ କରିଥିଲେ । ।ଶିକ୍ଷକ ନିରଂଜନ ମୁଦୁଲି ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷୟତ୍ରୀ ଜୟନ୍ତୀ ବେହେରା, କସ୍ତୁରୀ ଭୂୟାଁ, ସୁନିତା ସାହୁ , ଜ୍ୟୋତିମୟୀ ବିଶ୍ବାଳ, ସରିତା ଯାଦବ, ରଶ୍ମିତା ସ୍ୱାଇଁ, ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ବିଭିନ କୃତି ପ୍ରତିଯୋଗୀ ବିଦ୍ୟର୍ଥୀ ଙ୍କୁ ପୁରସ୍କାର ବିତରଣ କରିଥିଲ ଅତିଥି । ଶେଷରେ ବିଦ୍ୟାର୍ଥୀ ଙ୍କ ଦ୍ଵାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।


