ବାଲି ମାଫିଆଙ୍କ ଆତଙ୍କ: ରାସ୍ତା ଅବରୋଧ କଲେ କଲେଜ ବିଦ୍ୟାର୍ଥୀ

ଗଂଜାମ,(ଦୁର୍ଗା ମାଧବ ପାଣିଗ୍ରାହି): ଗଂଜାମରେ ବାଲି ମାଫିଆଙ୍କ ଆତଙ୍କ । ବେଆଇନ ଭାବରେ ବାଲି ମାଫିଆ ମାନେ ଖୁଲମଖୁଲା ବାଲି ଚାଲାଣ କରୁଥିବା ବେଳେ ଅଂଚଳବାସୀ ବିରୋଧ କରିବାରୁ ୩ ଜଣ ଯୁବକଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ ବାଲିମାଫିଆ । ପୋଲିସ ଜଣେ ଆକ୍ରମଣରେ ସଂପୃକ୍ତ ଥିବା ମୁଖ୍ୟ ଆସାମିକୁ ଗିରଫ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ବହୁ ଆକ୍ରମଣ କାରୀ କୁ ପୋଲିସ ଧରିବାରେ ସଫଳ ହୋଇପାରିନାହିଁ । ଏଭଳି କଲେଜ ଛାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ କଲେଜ ବିଦ୍ୟାର୍ଥୀ ମାନେ କଲେଜ ଠାରୁ ଏକ ଖଣ୍ଡଦେଉଳି ଛକ ପର୍ଯ୍ୟନ୍ତ ଯାଇ ହୁମ୍ମା -ପୁରୁଷୋତ୍ତମ ପୁର ରାସ୍ତା ଅବରୋଧ କରିବା ସହ ନିଜର ସୁରକ୍ଷା ସହ ଆକ୍ରମଣ କାରୀ ବିରୋଧରେ ଏନ୍‌ଏସ୍‌ଏରେ ବୁକ୍ କରିବା ସହ ଅନ୍ୟ ଆକ୍ରମଣ କାରୀ ମାନଙ୍କୁ ଶିଘ୍ର ଧରିବା ପାଇଁ ଦାବୀ ଜଣାଇଥିଲେ । ଖବର ପାଇ ରମ୍ଭା ଆଇ.ଆଇ.ସି କୃଷ୍ଣଚନ୍ଦ୍ର ସେଠୀ ଘଟଣା ସ୍ଥଳରେ ପହଞ୍ଚି ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇବା ସହ ସୁରକ୍ଷା ଦିଗରେ ଦାଇତ୍ୱ ଗ୍ରହଣ କରିବେ ବୋଲି ପ୍ରତିଶ୍ରୃତି ଦେଇଥିଲେ । ମିଳିଥିବା ସୂଚନା ଅନୁଯାୟୀ ସୁଚନାଯୋଗ୍ୟ ଯୁଡିଏସ୍ ପୁର ପଞ୍ଚାୟତ ର ବେଣିଗୌରୀ ଗ୍ରାମ ର ଋଷିକୂଲ୍ୟା ବ୍ରଜ ର କୋଟ ବାଲୀ ରମ୍ପ ରୁ ବେଆଇନ ଭାବରେ ବାଲୀମାଫିଆ ସନ୍ତୋଷ ବାଲୀ ଚୋରାଚାଲଣ କରୁଥିବା ବେଳେ ବାଲୀ ନେଉଥିବା ଡ୍ରାଇଭର ମାନେ ଝିଅ ବୋହୁ ମାନଙ୍କୁ ଅଶୀଳ ଇଙ୍ଗିତ କରିବା ସହ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟି ବିଦ୍ୟର୍ଥୀ ଓ ଲୋକ ମାନେ ଆହତ ହେବାରୁ ଯାହାକୁ ବେଣିଗୌରୀ ଗ୍ରାମବସି ମାନେ ବିରୋଧ କରି ପ୍ରଶାସନ ର ଦ୍ୱାରସ୍ଥ ହୋଇଥିଲା । ଫଳରେ ବେଆଇନ ବାଲୀ ଚାଲଣ କୁ ବନ୍ଦ କରିଥିଲା । ସେଦିନ ଠାରୁ ବାଲୀ ମାଫିଆ ମାନେ ପ୍ରତିଶୋଧପ୍ରରାୟଣ ହୋଇ ଆଠ ତାରିଖରେ ଉକ୍ତ ଗ୍ରାମର ଲୋକଙ୍କ ସମେତ କଲେଜ ଛାତ୍ର ଏସ .ସନ୍ତୋଷ ପାଠ ସାରି ଫେରୁଥିବା ବେଳେ ତାକୁ ବି ମାରଣାତ୍ମକ ଆକ୍ରମଣ କରିବାରୁ ସେ ଗୁରୁତର ହୋଇଥିଲେ ।ଯାହାକୁ ନେଇ ଗ୍ରାମବାସି ଓ କଲେଜ ବିଦ୍ୟାର୍ଥୀ ମନଙ୍କ ମଧ୍ୟରେ ଉତେଜନା ପ୍ରକାଶ ପାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ