ପିଆଜ ପରେ ଏବେ ଆଳୁ ଚଡ଼କ

କଟକ: ପିଆଜ କନ୍ଦାଇବା ପରେ ଏବେ ଗ୍ରାହକଙ୍କ ଉପରେ ଆଳୁ ଚଡ଼କ । ପିଆଜ ପରେ ଏବେ ଆଳୁ ପାଳି । ଆଳୁ ଦର ବୃଦ୍ଧି ଖାଉଟିଙ୍କୁ କନ୍ଦାଇବା ଆଶଙ୍କା ଜଳଜଳ ହୋଇ ଦେଖାଗଲାଣି । ଆଳୁ ଦର ବୃଦ୍ଧି ଘଟିବା କାରଣରୁ ଏବେ ଖାଉଟି ମହଲରେ ଚିନ୍ତା ବଢିଛି । କଟକ ଛତ୍ର ବଜାରରେ ୨ ଦିନରେ ଆଳୁ କେଜି ୭ଟା ବଢି ୩୦ ଟଙ୍କା ହୋଇଛି । ଯାହା ଗରିବଙ୍କ ହାଣ୍ଡିଶାଳରେ ଚଡ଼କ ପକାଇଛି । ଅନ୍ୟପକ୍ଷରେ ଏବେ ପିଆଜ କେଜି ପ୍ରତି ୬୦ରୁ ୮୦ ଟଙ୍କା ବିକ୍ରି ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ