ପିଙ୍ଗଳାକ୍ଷ ମହାବୀର ଯଜ୍ଞ ଉଦ୍ଯାପିତ
ଖୋର୍ଦ୍ଧା, ଓ୍ବାଇଏନ୍ଏସ୍):ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ପଞ୍ଚାୟତ ନୟାପଲ୍ଲୀ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଶ୍ରୀୀ ପିଙ୍ଗଳାକ୍ଷ ମହାବୀର ପୀଠରେ ତୃତୀୟବାର୍ଷିକ ବିଶ୍ୱଶାନ୍ତି ମହାଯଜ୍ଞ ଉତ୍ସବ ପାଳିତ ହୋଇଯାଇଛି । ଗତ ୨୭ ତାରିଖ ଶନିବାର ଶୁଭ ଅଙ୍କୁରାରୋପଣ କରାଯାଇ କଳସ ଶୋଭାଯାତ୍ରାରେ ଗ୍ରାମର ପୁରୁଷ ଓ ମହିଳାମାନେ ଯୋଗ ଦେଇଥିଲେ । ୨୮ ତାରିଖ ପ୍ରାତଃ ସୂର୍ଯ୍ୟ ପୂଜା, ଗୋ ପୂଜା, ଭୁଆସୁଣୀ ଦେବୀର ଷୋଡ଼ଷ ଉପଚାର ପୂଜା ଓ ସରସ୍ୱତୀ ଚଣ୍ଡି ମନ୍ତ୍ରେ ଆହୁତି ପ୍ରଦାନ କରାଯାଇଥିଲା । ତତସହିତ ସନ୍ଧ୍ୟାରେ ପ୍ରସାଦ ସେବନ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା । ରବିବାର ଦିନ ଏହି ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପାଦନ ହୋଇଯାଇଛି ଓ ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁ ଯଜ୍ଞରେ ଘୃତ ଆହୁତ ପ୍ରଦାନ କରିଥିଲେ । ଏଥିରେ କର୍ତ୍ତା ଭାବେ ସନ୍ତୋଷ କୁମାର ପ୍ରଧାନ କାର୍ଯ୍ୟଭାର ତୁଲାଇଥିଲେ । ଏହା ସହିତ ଯଜ୍ଞ କମିଟି ସଦସ୍ୟ ଓ ଗ୍ରାମବାସୀ ବିଜୟ ନାୟକ, ଉମେଶ ଚନ୍ଦ୍ର ନାୟକ, ଦାଶରଥୀ ଖୁଣ୍ଟିଆ, ପ୍ରଭାତ ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ, ଭାସ୍କର ଜେନା, ରବିନ୍ଦ୍ର ଖୁଣ୍ଟିଆ, ଭରତ ଚନ୍ଦ୍ର ବରାଳ ସାହାଯ୍ୟ ସହଯୋଗର ହାତ ବଢାଇଥିଲେ ବୋଲି ମହିମା ସେବା ଫାଉଣ୍ଡେସନର ମୁଖ୍ୟ ପରିଚାଳନା ନାରାୟଣ ଖୁଣ୍ଟିଆ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି ।


