ରାଜ୍ୟରେ ମହାନଦୀରେ ନଦୀଭିତିକ ବନ୍ଦର ପ୍ରତିଷ୍ଠା ଉପରେ ପ୍ରାଥମିକତା : ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ, : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଅପାର ସମ୍ଭାବନାର ରାଜ୍ୟ ଓଡ଼ିଶା ଏକବିଂଶ ଶତାବ୍ଦୀରେ ନିଜର ସର୍ବଶ୍ରେଷ୍ଠ ସାମୁଦ୍ରିକ ଅର୍ଥନୀତି ସହ ବାଣିଜ୍ୟ ବ୍ୟବସାୟ ମାଧ୍ୟମରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବାର ସମ୍ଭାବନା ରଖିଥିବା ବେଳେ ଏହାଦ୍ୱାରା ରାଜ୍ୟରେ ବ୍ୟାପକ ନିଯୁକ୍ତି ସୃଷ୍ଟି ହେବ ବୋଲି ମାରିଟାଇମ ଇଣ୍ଡିଆ ଶିଖର ସମ୍ମିଳନୀର ସ୍ୱତନ୍ତ୍ର ଅଧିବେଶନରେ ‘ଓଡିଶାରେ ପୁଞ୍ଜିନିବେଶର ସୁଯୋଗ ଶୀର୍ଷକ ଭର୍ଚୁଆଲ ଆଲୋଚନାରେ ସାମିଲ ହୋଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ହଜାର ହଜାର ବର୍ଷ ପୂର୍ବରୁ ଓଡ଼ିଶାର ସାଧବ ପୁଅମାନେ ହିଁ ସମୁଦ୍ର ପଥ ଜରିଆରେ ବିଶ୍ୱର ବିଭିନ୍ନ ଅଂଚଳକୁ ଯାଇ ବାଣିଜ୍ୟ ବ୍ୟବସାୟ କରିବା ସହ ରାଜ୍ୟର ଗୌରବ ବଢାଉଥିଲେ । ସେହି ସମୟରେ କଳିଙ୍ଗ ଏବଂ ଉତ୍କଳ ଭଳି ସଭ୍ୟତା ଉଦାହରଣ ସୃଷ୍ଟି କରିଥିଲା । ତେବେ ବର୍ତମାନ ସମୟରେ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ଆମେ ଉପସ୍ଥିତ ହୋଇଥିବା ବେଳେ ଭାରତକୁ ୫ ଟ୍ରିଲିୟନ ଅର୍ଥନୀତିରେ ଲକ୍ଷ୍ୟ ପୂରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଆତ୍ମନିର୍ଭର ଭାରତ’ର ଆହ୍ୱାନ ଦେଇଛନ୍ତି । ତେବେ ଆତ୍ମନିର୍ଭର ଭାରତ କେବଳ ଏକ ଚିନ୍ତାଧାରା ନୁହେଁ ବରଂ ଓଡ଼ିଶା ତଥା ଭାରତକୁ ପ୍ରଗତିର ପଥରେ ନେବା ପାଇଁ ସୁଚିନ୍ତିତ ଯୋଜନା । ଏକବିଂଶ ଶତାବ୍ଦୀରେ ସମୁଦ୍ର ପଥ ବିଶାଳ ନେଟୱାର୍କ ହୋଇଛି । ଓଡ଼ିଶାରେ ବନ୍ଦରଭିତିକ ଅର୍ଥନୀତି କରିବା ଦିଗରେ ପାରାଦୀପ, ଧାମରା, ଗୋପାଳପୁର, ଅସ୍ତରଙ୍ଗ, ସୁବର୍ଣ୍ଣରେଖା ବନ୍ଦରକୁ ବିକଶିତ କରାଯାଉଛି । ଏହି ହିସାବରେ ଓଡିଶାରେ ଶିଳ୍ପଭିତିକ ବନ୍ଦର ଅର୍ଥନୀତି କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଯୋଗରେ ରାଜ୍ୟରେ ଥିବା ୫ଟି ବନ୍ଦରରୁ ୨୫ ପର୍ଯ୍ୟନ୍ତ ବନ୍ଦର ବଢ଼ାଯିବା ପାଇଁ ପ୍ରଚେଷ୍ଟା କରିବା ଦରକାର । କେନ୍ଦ୍ର ସରକାର ଚଳିତ ବଜେଟରେ ମେରିଟାଇମ୍ ଇକୋନୋମୀକୁ ଗୁରୁତ୍ୱାରପ କରିବା ସହ ପାରାଦୀପରେ ମାଛବନ୍ଦର ପ୍ରତିଷ୍ଠା ହେବା ନେଇ ବଜେଟରେ ଘୋଷଣା ହୋଇଛି । ଅପରପକ୍ଷରେ ଭାରତ ସରକାର ଏବଂ ଓଡିଶା ସରକାରଙ୍କ ସମନ୍ୱୟରେ ଓଡ଼ିଶାରେ ରେଳ, ସଡ଼କପଥ, ଜଳପଥ, ବିମାନପଥକୁ ଗୁରୁତ୍ୱ ଦିଆଯାଉଛି । ରାଜ୍ୟରେ ମହାନଦୀରେ ନଦୀଭିତିକ ବନ୍ଦର ପ୍ରତିଷ୍ଠା ଉପରେ ପ୍ରାଥମିକତା ମଧ୍ୟ ସରକାରଙ୍କ ପ୍ରାଥମିକତାରେ ରହିଛି । ରାଜ୍ୟରେ ପେଟ୍ରୋଲିୟମ ଭିତିଭୂମିକୁ ସୁଦୃଢ଼ କରାଯିବା ସହ ଗ୍ୟାସ ଗ୍ରିଡରେ ଅଧିକ ପୁଞ୍ଜିନିବେଶ ପାଇଁ ଯୋଜନା କରାଯାଉଛି । ଏହା ଦ୍ୱାରା ଆଗାମୀ ଦିନରେ ଓଡ଼ିଶାର ବିଭିନ୍ନ କ୍ଷେତ୍ରରେ ବିୁଳ ପୁଞ୍ଜିନିବେଶ ସହ ରୋଜଗାର ସୃଷ୍ଟି ହେବ । ପ୍ରଧାନମନ୍ତ୍ରୀଙ୍କ ଏହି ଆତ୍ମନିର୍ଭର ଭାରତର ଅଭିଯାନ ଏବଂ ଦେଶକୁ ୫ ଟ୍ରିଲିୟନ ଅର୍ଥନୀତିରେ ପରିଣତ କରିବା ପାଇଁ ଓଡ଼ିଶା ମଧ୍ୟ ନିଜକୁ ପ୍ରସ୍ତୁତ କରିବା ସହ ବିଭିନ୍ନ ରୋଡମ୍ୟାପ ତିଆରି କରିବା ଦରକାର ବୋଲି ମତବ୍ୟକ୍ତ କରିଛନ୍ତି । ବିଶ୍ୱର ଅଗ୍ରଣୀ ଇସ୍ପାତ୍ କମ୍ପାନୀ ଆର୍ସେଲର ମିତଲର ମୁଖ୍ୟ ଲକ୍ଷ୍ମୀ ନାରାୟଣ ମିତଲଙ୍କ ସହ ହୋଇଥିବା ଆଲୋଚନା ଉପରେ ଚର୍ଚ୍ଚା କରିବା ସହ ଓଡ଼ିଶାରେ ଏକ ମହତ୍ୱକାଂକ୍ଷୀ ବୃହତ ଇସ୍ପାତ୍ କାରଖାନା ପ୍ରତିଷ୍ଠା ପାଇଁ ସେମାନେ ପ୍ରତିଶ୍ରୁତି ଦେଇଥିବା କଥାକୁ ଦୋହରାଇଛନ୍ତି । ସେ କହିଛନ୍ତି ଗୋଟିଏ ପକ୍ଷରେ ଯାଜପୁର କଳିଙ୍ଗନଗରକୁ ଇସ୍ପାତର ପେଙଋସ୍ଥଳି କରିବା ପାଇଁ ଉଦ୍ୟମ କରାଯାଉଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ସମନ୍ୱୟରେ ଓଡ଼ିଶାରେ ସର୍ବବୃହତ୍‌ ଇସ୍ପାତ୍ କାରଖାନା ପ୍ରତିଷ୍ଠା ହେବା ପାଇଁ ଯୋଜନା କରାଯାଉଛି । ଅପରପକ୍ଷରେ ପ୍ରଧାନମନ୍ତ୍ରୀ ନିଜର ‘ପୂର୍ବୋଦୟ ମିଶନ’ରେ ପୂର୍ବ ଭାରତର ଅଭିବୃଦ୍ଧି ନିମନ୍ତେ ନିରନ୍ତର ପରିଶ୍ରମ କରୁଥିବା ବେଳେ ପାରାଦୀପ ମଧ୍ୟ ଉର୍ଜା କ୍ଷେତ୍ରରେ ପୂର୍ବ ଭାରତର ପ୍ରବେଶ ଦ୍ୱାର ହେବା ପାଇଁ ଯାଉଛି । ଓଡିଶାରେ ନିର୍ମାଣ ହେବାକୁ ଥିବା ପୁଞ୍ଜିନିବେଶରେ ହେବାକୁ ଥିବା ପାରାଦୀପ-ବଡବିଲ ମଧ୍ୟରେ ଅର୍ଥନୈତିକ କୋରଡିର, କୋଷ୍ଟାଲ ହାଇୱେ, ପାରାଦୀପରେ ୱେଷ୍ଟର୍ଣ୍ଣ ଡକର ନିର୍ମାଣ, ପରାଦୀପ-ହରିଦାସପୁର ରେଳ ଲାଇନ ପାରାଦୀପ ସମେତ ବିଭିନ୍ନ ବନ୍ଦରଭିତିକ ଅର୍ଥନୀତିକୁ ମଜବୁତ୍‌ କରିବାରେ ସହାଯ୍ୟ କରିବ । ସରକାର ୱେଲଥ୍ କ୍ରିଏସନ ପାଇଁ ନୁହେଁ ଶିଳ୍ପାୟନ ନିମନ୍ତେ ବଂର ସୁବିଧା, ସୁଯୋଗ, ଭିତିଭୂମି, ନୀତି, ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ ଦୃଢ ମତ ଦେଇଛନ୍ତି । ଓଡିଶାର ସୁଦୀର୍ଘ ବେଳାଭୂମି ମଧ୍ୟ କେବଳ ଓଡିଶା ନୁହଁ ବରଂ ପୂର୍ବ ଭାରତକୁ ପ୍ରଗତିର ପଥରେ ଆଗେଇ ନେବାରେ ପେଣ୍ଠସ୍ଥଳି ହେବ । ଅଧିକ ନିଯୁକ୍ତି ସୁଯୋଗ ଏବଂ ବ୍ୟବସାୟିକ ପ୍ରକ୍ରିୟା ଅର୍ଥନୀତିକୁ ସଶକ୍ତ କରିବ । ଏତତବ୍ୟତିତ ରାଜ୍ୟରେ ପାଇପଲାଇନ ଭିତିଭୂମିକୁ କାର୍ଯ୍ୟକାରୀ କରାଯିବା ସହ ଏଲଏନଜି ଧାମରା କାର୍ଯ୍ୟକାରୀ ହେବ । ରେଳ, ସଡ଼କପଥ, ଗ୍ୟାସ ଗ୍ରୀଡି, ସିଟି ଗ୍ୟାସ ନେଟୱାର୍କରେ ବହୁତ ପୁଞ୍ଜିନିବେଶ ହେବ । ଓଡିଶାର ସୁଦୀର୍ଘ ବେଳାଭୂମି ମଧ୍ୟ ରାଜ୍ୟର ବିକାଶରେ ଗେମ-ଚେଞ୍ଜର ହେବ । ଉଲ୍ଲେଖନୀୟ ଯେ, ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାରିଟାଇମ୍ ଇଣ୍ଡିଆ ସମ୍ମିଟକୁ ଭର୍ଚୁଆଲ ପ୍ଲାଟଫର୍ମରେ ଉଦଘାଟନ କରିଥିଲେ ଏବଂ ଏହି ଉଦଘାଟନୀ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ