ପିଡିଏଫ ପକ୍ଷରୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
କଣାସ,(ପାହାନ୍ତା ସିଂହ ଅଞ୍ଜଳୀ ସାହୁ): ଅଭିନେତା ଉତ୍ତମ ମହାନ୍ତିଙ୍କ ବିଯୋଗ ରେ କଣାସ ବିଜୟ ବିହାର ସ୍ଥିତ ପୂନ୍ୟ ତୋୟା ଦୟା ଫାଉଣ୍ଡେସନ (ପିଡିଏଫ)ପକ୍ଷରୁ ଗଭିର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଅଛି ।ଓଡ଼ିଶାର ବିଶିଷ୍ଟ ଅଭିନେତା ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ଚିର ସବୁଜ ନାୟକ ଉତ୍ତମ ମହାନ୍ତିଙ୍କ ବିୟୋଗ ଖବର ଶୁଣି ଆନୁଷ୍ଠାନର ସଦସ୍ୟ ସଦସ୍ୟା ମାନେ ଦୁଃଖିତ ଓ ମର୍ମାହତ l ରାମାୟଣ, ଫୁଲଚନ୍ଦନ, ସୀତା ପରି ଝିଅଟିଏ ଆଦି ସୁପରହିଟ୍ ଚଳଚ୍ଚିତ୍ର ତାଙ୍କର ଅନନ୍ୟ କୃତି l ତାଙ୍କ ବିୟୋଗରେ ଓଡ଼ିଶାର କଳା ଜଗତରେ ଏକ ଶୂନ୍ୟସ୍ଥାନ ତିଆରି ହୋଇଛି l ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ପିଡିଏଫ ପକ୍ଷରୁ ସମବେଦନା ଜଣାଇଛନ୍ତି lସେହିପରି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଓ ପୁରୀ ସାଂସଦ ଡଃ ସମ୍ବିତ ପାତ୍ର ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି।