ପିଡି ଆସିଲେ,ଯାହା ଦେଖିବାର ଥିଲା ଦେଖିଲେ ଅବ୍ୟବସ୍ଥା ଆଉ ଦେଖାଗଲା ନାହିଂ

ସୋରଡା, (ରଜନୀକାନ୍ତ ମହାପାତ୍ର):ଗଞ୍ଜାମ ଜିଲ୍ଲା ସୋରଡା କୁ ଗଞ୍ଜାମ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ନୀଳମାଧବ ଭୋଇ ଆସି ବିଭିନ୍ନ ପ୍ରକଳ୍ପ କୁ ବୁଲି ଦେଖିବା ସହ କାର୍ଯ୍ୟନିର୍ବାହି ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି। ସୋରଡା ରେ ନିର୍ମାଣ ଚାଲିଥିବା ସ୍ମାର୍ଟ ପାର୍କ, ବୁଲି ଦେଖିବା ସହ ଆହାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନୁଦାନ ରେ ଚାଲିଥିବା ସହର ରୋଷେଇ ବ୍ୟବସ୍ଥା ସହ ମୁଖ୍ୟ ମନ୍ତ୍ରୀ କର୍ମ ତତ୍ପର ଯୋଜନା ଅଧୀନ ରେ ଚାଲିଥିବା ପ୍ରକଳ୍ପ ଗୁଡିକ ସହ ଅନ୍ୟାନ ପ୍ରକଳ୍ପ ମଧ୍ୟ ବୁଲି ଦେଖିଛନ୍ତି। ସୋରଡା ଏନ ଏ ସି ରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଅନୁଦାନ ରେ କୋଟି କୋଟି ଟଙ୍କା ର ପ୍ରକଳ୍ପ ଚାଲିଛି। ଏହା ଏକ ଭଲ ବିଷୟ ଯେ ସହରାଞ୍ଚଳ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକ ଆସିଲେ ବିଭିନ୍ନ ପ୍ରକଳ୍ପ ଦେଖିଲେ ଏବଂ ସମୀକ୍ଷା ମଧ୍ୟ କରିଲେ। ଅନୁଦାନ ଆସୁଛି ଏବଂ ପ୍ରକଳ୍ପ ମଧ୍ୟ ଚାଲିଛି ଏବଂ ଆଗକୁ ମଧ୍ୟ ଚାଲିବ, ଏଥିରେ କୌଣସି ନୂତନତ୍ଵ ନାହିଂ। ପ୍ରକୃତ କଥା ହେଲା ସୋରଡା ଏନ ଏ ସି ରେ ରହୁଥିବା ବାସିନ୍ଦା କେତେ ଦୂର ଆବଶ୍ୟକ ମୌଳିକ ସୁବିଧା ପାଉଛନ୍ତି ତାହା ଦେଖିବାର ଥିଲା। ସୋରଡା ଏନ ଏ ସି ବର୍ତମାନ ସ୍ମାର୍ଟ ପାର୍କ ଓ ଅନ୍ୟାନ ପ୍ରକଳ୍ପ ପଛରେ ପଡିଥିବା ବେଲେ ସହର ବାସି କିନ୍ତୁ ମୌଳିକ ସୁବିଧା ରୁ ଧୀରେ ଧୀରେ ବଞ୍ଚିତ ହେବାରେ ଲାଗିଛନ୍ତି। ସହର ର ରାସ୍ତା ଘାଟ ର ଅବସ୍ଥା ଶୋଚନୀୟ ଥିବା ବେଳେ ତାହାର ନିର୍ମାଣ ହୋଇପାରୁନି। ଯାହା ହେଉଛି ତାହା ଠିକାଦାର ପୋଷଣ ନୀତି ରେ ଚାଲିଛି। ଉନ୍ନତ ମାନର ରାସ୍ତା ଘାଟ ର ନିର୍ମାଣ ପାଇଁ କେହି ଯାଞ୍ଚ ଅଧିକାରୀ ନିଜର ଦାଇତ୍ଵ ତୁଲାଉ ନଥିବା ଅଭିଯୋଗ ହେଉଛି। ନେତା ଙ୍କ ଭରସା ରେ ସୋରଡା ଏନ ଏ ସି କୁ ଟେକି ଦେଇ ପ୍ରକଳ୍ପ ନିର୍ଦେଶକ ଙ୍କ ଆଗରେ ଦେଖାଣିଆ ହେବା ଛଡା କିଛି ନାହିଂ। ଆମେ ଏୟା କରିଛୁ, ସେୟା କରିଛୁ, ପ୍ଳାନ ଚାଲିଛି, ଶୀଘ୍ର ହେଇଯିବ ଏହି ପରି କଥା ଅଫିସର ମାନଙ୍କ ପାରମ୍ପରିକ କଥା ଅଟେ। ଏଥିରେ ଯଦି ପ୍ରକଳ୍ପ ନିର୍ଦେଶକ ସନ୍ତୁଷ୍ଟ ଅଛନ୍ତି ତେବେ କିଛି କହିବାର ନାହିଂ। ସୋରଡା ଏନ ଏ ସି ର ପ୍ରମୁଖ ବ୍ଯବସାୟିକ ରାସ୍ତା ବାଙ୍କ ବଜାର ଅବସ୍ଥା ଶୋଚନୀୟ, ଖାଲଖମା ରେ ଭରି ହୋଇଗଲାଣି, ବାଙ୍କ ବଜାର ଠାରୁ ଶିଶୁ ମନ୍ଦିର ରାସ୍ତା ର ଅବସ୍ଥା ମଧ୍ୟ ଦୟନିୟ,ଶିଶୁମନ୍ଦିର ଠାରୁ ପୋଲିସ ଥାନା ପର୍ଯ୍ୟନ୍ତ ରାସ୍ତା ମଧ୍ୟ ଶୋଚନୀୟ ହେଲାଣି, ଏ ସବୁ ର ମରାମତି ଓ ନୂତନ ରାସ୍ତା ର ନିର୍ମାଣ ଆବଶ୍ୟକତା ରହିଛି। ଯାହା ଏ ଯାଏଁ ହେଇପାରୁନି। ୦୮ ୱାର୍ଡ କାଉନ୍ସିଲର ବାରମ୍ବାର ଏ ସମ୍ପର୍କରେ ଦ୍ରୁଷ୍ଟି ଆକର୍ଷଣ କରିଲେ ମଧ୍ୟ ତାହା ହେଇପାରୁନି। ଶୁଣିବାକୁ ମିଳୁଛି ଏହି ସବୁ ରାସ୍ତା ର ଟେନ୍ଡର କୁଆଡେ ୨୦୨୧ ରୁ ସରିଛି ହେଲେ ଠିକାଦାର ଏ ଯାବତ କାମ କରୁନାହାନ୍ତି, ଠିକାଦାର କରୁନାହାନ୍ତି ବୋଲି ଏନ ଏ ସି କତୃପକ୍ଷ ମଧ୍ୟ ଠିକାଦାର ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇପାରୁନାହାନ୍ତି। ଠିକାଦାର ଙ୍କ ପ୍ରତି ଏନ ଏ ସି କତୃପକ୍ଷ ଙ୍କ କଣ ଯେ ଦୁର୍ବଳତା ରହିଛି ତାହା ସେମାନଙ୍କୁ ଜଣା। ସହର ର ନାଳ ନର୍ଦମା ରେ ପାଣି ଯିବା ପରିବର୍ତେ ମଇଳା ପାଣି ରାସ୍ତା ରେ ଭାସୁଛି। ବର୍ଷା ହେଲେ କୃତିମ ବନ୍ୟା ସହ ର ରେ ହେଉଛି। ନିମ୍ନ ମାନ ର କାମ ଯୋଗୁଁ ଅନେକ ରାସ୍ତା ଅଳ୍ପ ଦିନ ରେ ଖରାପ ହେଉଛି। ସହର ରେ ମଶା ମାରିବା ଅଭିଯାନ କାନ୍ଥ ବାଡ ରେ ସୀମିତ। କେବଳ ଯେ ଖାଲି ସଫେଇ ହୋଇଗଲେ ଏବଂ ପାର୍କ ନିର୍ମାଣ କରିଦେଲେ ଆମ ଏନ ଏ ସି ବିକଶିତ ତାହା ଭାବିବା ଭୁଲ ବୋଲି ବିରୋଧୀ କାଉନ୍ସିଲର କହିଛନ୍ତି , ଏନ ଏ ସି ରେ କେତେ ଦୂର ଲୋକଙ୍କ ସମସ୍ଯା ସମାଧାନ ହେଉଛି ଏବଂ ଲୋକେ ଏକ ସ୍ଵଛ ପରିବେଶ ମଧ୍ୟ ରେ ରହୁଛନ୍ତି ତାହା ବିକାଶ ର ମାପ କାଠି। ଏ ସବୁ ବାଦ ଦେଇ ପ୍ରକଳ୍ପ ନିର୍ଦେଶକ ଆସିବା ଏବଂ କିଛି ନିର୍ମାଣ ଦେଖିଦେଇ ସବୁ ଠିକ ଅଛି ବୋଲି ଯଦି ଭାବୁଛନ୍ତି ତେବେ ତାହା ଦୁର୍ଭାଗ୍ୟ ଜନକ। ବିକାଶ ପଛରେ ସୋରଡା ଏନ ଏ ସି ର ପ୍ରକୃତ ଅବ୍ୟବସ୍ଥା ପରଦା ପଛରେ ଲୁଚି ରହିଛି ଯାହା ପ୍ରକଳ୍ପ ନିର୍ଦେଶକ ଓ ଜିଲ୍ଲାପାଳ ନିଜେ କାଉନ୍ସିଲର ଙ୍କ ସହ ଆଲୋଚନା କଲେ ଜାଣିପାରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ