ପିପୁଲସ କଲେଜରେ ସ୍ଵାସ୍ଥ୍ୟ ଓ ବ୍ଲଡ଼ ଗୃପ ଚିହ୍ନଟ ଶିବିର

ବୁଗୁଡା, (ଅନିଲ କୁମାର ମହାରଣା):ବୁଗୁଡା ପିପୁଲସ କଲେଜରେ ରୁବି ଚକ୍ଷୁ ଚିକିତ୍ସାଳୟ, ବ୍ରହ୍ମପୁର ଓ ନମିତା ପାଥୋଲାବ, ବୁଗୁଡା ପକ୍ଷରୁ ସ୍ୱାସ୍ଥ୍ୟ ଓ ବ୍ଲଡ଼ ଗୃପ ଚିହ୍ନଟ ଶିବିର ସେପ୍ଟେମ୍ବର ୧୫ ତାରିଖ ଦିନ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମକୁ କଲେଜ ପ୍ରିନ୍ସପାଲ ପ୍ରଫେସର ରଜନୀକାନ୍ତ ଦାସ ଉଦଘାଟନ କରିଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ତଥା ରାଜନୀତି ବିଜ୍ଞାନ ଅଧ୍ୟାପକ ବିନୋଦ କୁମାର କରଙ୍କ ତତ୍ତ୍ୱାବଧାନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା। ରୁବି ଚକ୍ଷୁ ଚିକିତ୍ସାଳୟର ଡାକ୍ତର ମନୋରଞ୍ଜନ ନାୟକ, ଦନ୍ତ ବିଭାଗ ଓ ସ୍ନେହା ଆଚାରୀ ଓ ସନାତନ ବେହେରା, ଚକ୍ଷୁ ବିଭାଗ ଏବଂ ନମିତା ପାଥୋଲାବ ଟେକିନସିଆନ ତପନ କୁମାର ସାହୁ ଶିବିରର କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ। କାର୍ଯ୍ୟକ୍ରମରେ ବୁଗୁଡା ପୋଲିସ ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଶିବିରରେ ୨୦୨ ଜଣଙ୍କ ବ୍ଲଡ଼ ଗୃପ ତଥ୍ୟ ପ୍ରଦାନ ହୋଇଥିବା ବେଳେ ୬୧ ଜଣ ଙ୍କ ଚକ୍ଷୁ ପରୀକ୍ଷା ଓ ୩୧ ଜଣଙ୍କ ଦାନ୍ତ ପରୀକ୍ଷା ହୋଇଥିଲା। ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ କ୍ୟାଡେଟସ୍, ଯୁବ ରେଡକ୍ରସ ସ୍ବେଚ୍ଛାସେବୀ, ଭାରତ ସ୍କାଉଟ ଏଣ୍ଡ ଗାଇଡ୍ ରେଞ୍ଜରସ୍ ଓ ରୋଭରସ୍ , ଜାତୀୟ ସେବା ଯୋଜନା ସ୍ବେଚ୍ଛାସେବୀ, ପିସିବି ସ୍ପୋର୍ଟସ ଆସୋସିଏସନ ପରିଚାଳନା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। କଲେଜର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ। ମୋ କଲେଜ ଅଭିଯାନ ପରାମର୍ଶଦାତା ଅଧ୍ୟାପକ ସନ୍ତୋଷ କୁମାର ସାହୁ ଓ ଯୁବ ରେଡକ୍ରସ ପରାମର୍ଶଦାତା ଅଧ୍ୟାପକ ବିନୋଦ କୁମାର କର ଶିବିର ଉଦଯାପନି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ