ପିପୁଲସ କଲେଜ ସ୍ତରୀୟ କ୍ରୀଡା ଓ ସାଂସ୍କୃତିକ ପ୍ରତିଯୋଗିତା କାର୍ଯ୍ୟକ୍ରମ

ବୁଗୁଡା, (ଅନିଲ କୁମାର ମହାରଣା):ଓଡିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜ ପକ୍ଷରୁ ନିଜ କଲେଜର ଛାତ୍ରଛାତ୍ରୀଙ୍କ ମଧ୍ୟରେ ତିନିଦିନିଆ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅକ୍ଟୋବର ୧୭ ତାରିଖ ଦିନ ଆରମ୍ଭ ହୋଇଯାଇଛି। କଲେଜର ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ। ସାଂସ୍କୃତିକ ଓ କ୍ରୀଡା ପରିଷଦର ଉପସଭାପତି ଅଧ୍ୟାପକ ସୁଶାନ୍ତ କୁମାର ସାହୁଙ୍କ ସଂଯୋଜନା ଓ କ୍ରୀଡା ଅଧ୍ୟାପକ କ୍ରିଷ୍ଣା ରାଓ ପାତ୍ରଙ୍କ ତତ୍ତ୍ୱାବଧାନରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ପ୍ରଥମ ଦିବସରେ କ୍ରୀଡ଼ା କାର୍ଯ୍ୟକ୍ରମରେ କବାଡ଼ି, ବାସ୍କେଟ ବଲ ଓ ଭଲି ବଲ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ କବିତା ଆବୃତି, ସର୍ଜନାତ୍ମକ ଲିଖନ, ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଆଇ.କିୟୁ.ଏ.ସି. ସଂଯୋଜକ ଅଧ୍ୟାପକ ଡକ୍ଟର ପ୍ରଦୀପ କୁମାର ଦାସ, ଆଇ.କିୟୁ.ଏ.ସି. ସହ-ସଂଯୋଜକ ଅଧ୍ୟାପକ ଆତ୍ମପ୍ରକାଶ ନାୟକ, ଅଧ୍ୟାପକ ଡକ୍ଟର ଜୟରାମ ବିଷୋୟୀ, ଅଧ୍ୟାପକ ଲେଫନାଣ୍ଟ ଅଜୟ କୁମାର ସାହୁ ଓ ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଇ ଉପସ୍ଥିତ ରହି ସହଯୋଗ କରିଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ କ୍ରୀଡା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନଙ୍କ ଲୁକାୟିତ ପତିଭାକୁ ବିକଶିତ କରିବା ପାଇଁ ସରକାରଙ୍କ ଏହି ବ୍ୟବସ୍ଥା ହୋଇଥିବା ବେଳେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ୧୯ ତାରିଖ ଦିନ ପୁରସ୍କୃତ କରାଯିବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ