ପିଲାଙ୍କ ବିକାଶରେ ବାଧା ସୃଷ୍ଟି କରେ କମ୍‌ ନିଦ

କମ୍‌ ନିଦ ହେବା ପିଲାଙ୍କ ବିକାଶରେ ପ୍ରତିବନ୍ଧକ ସୃଷ୍ଟି କରିଥାଏ । ଗବେଷଣାରୁ ଜଣାପଡିଛି ଯେ, ଛୋଟ ପିଲାଙ୍କୁ ରାତିରେ ଅତି କମ୍‌ରେ ୯ ଘଣ୍ଟା ଶୋଇବା ଦରକାର । ୧୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଏହି ପରିମାଣରେ ନିଦ ଜରୁରୀ । ନିଦର ଅଭାବ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।
ଇଟାଲୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଫୁଡ୍‌ ସାଇନ୍ସ ଅଫ୍‌ ଦ ନ୍ୟାସନାଲ ରିସର୍ଚ୍ଚ କାଉନସିଲର ଗବେଷକମାନେ ଏବେ ରକ୍ତ ପରୀକ୍ଷଣ କରି କହିପାରୁଛନ୍ତି ପିଲାଙ୍କ ଭିତରେ ନିଦର ମାତ୍ରା କମ୍‌ ରହୁଛି ନା ଅଧିକ । ସେମାନଙ୍କ ଯୁକ୍ତି ହେଉଛି, ଯେଉଁ ପିଲାମାନେ କମ୍‌ ଶୋଉଛନ୍ତି ସେମାନେ ସ୍କୁଲ ପାଠପଢା ଉପରେ ସଠିକ୍‌ ଧ୍ୟାନ ଦେଇପାରୁନାହାଁନ୍ତି । ଏଥିସହ ସେମାନଙ୍କ କ୍ଷେତ୍ରରେ ମୋଟାପା ଏବଂ ମଧୁମେହ ଆଦି ରୋଗର ବିପଦ ରହୁଛି । ତେଣୁ ଅଭିଭାବକମାନେ ପିଲାର ନିଦ ପ୍ରତି ଦୃଷ୍ଟି ଦେବା ନିହାତି ଜରୁରୀ । ଆମେରିକାର ସ୍ୱାସ୍ଥ୍ୟ ବିଭାଗ ରିପୋର୍ଟ ଅନୁସାରେ ୩ବର୍ଷରୁ କମ୍‌ ବୟସର ପିଲାମାନେ ଦୈନିକ ୧୨ ଘଣ୍ଟା ଶୋଇବା ଦରକାର । ୩ ବର୍ଷରୁ ୧୬ ମଧ୍ୟରେ ପ୍ରତିବର୍ଷ ୧୫ ମିନିଟ୍‌ର ହ୍ରାସ ହେବା ଆବଶ୍ୟକ । ଅର୍ଥାତ୍‌ ୧୬ ବର୍ଷ ବୟସ ବେଳକୁ ପିଲାର ଶୋଇବା ସମୟ ୯ ଘଣ୍ଟା ହେବା ଜରୁରୀ । ଯେଉଁ ପିଲାମାନେ ସଠିକ୍‌ ଶୋଉଛନ୍ତି ସେମାନଙ୍କ ଶାରୀରିକ ଓ ମାନସିକ ବିକାଶ କମ୍‌ ଶୋଉଥିବା ପିଲାମାନଙ୍କଠାରୁ ମଜଭୁତ ଅଟେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ