ଭୂତ ପାଇଁ ବନ୍ଦ ଥିଲା ରେଳଷ୍ଟେସନ୍‌

ରେଳ ଷ୍ଟେସନରେ ଭୂତ କାରଣରୁ ୪୨ବର୍ଷ ଧରି ଏଠାରେ ଅଟକୁ ନଥିଲା ଟ୍ରେନ୍‌ କି ଲୋକେ ଆସୁନଥିଲେ ଷ୍ଟେସନକୁ । ଏହି ଷ୍ଟେସନଟି ହେଉଛି ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ଥିବା ବେଗୁନକୋଡାର ରେଳଷ୍ଟେସନ୍‌ । ୧୯୬୦ ମସିହାରେ ଏହି ଷ୍ଟେସନ୍‌ ଖୋଲାଯାଇଥିଲା ବେଳେ କିଛି ବର୍ଷ ଧରି ଠିକ୍‌ ଠାକ୍‌ ଚାଲିଥିଲା । ମାତ୍ର ପରେ ଏଠାରେ ଅଜବ ଘଟଣା ଦେଖାଯାଇଥିଲା । ୧୯୬୭ରେ ଜଣେ ରେଳ କର୍ମଚାରୀ ଷ୍ଟେସନରେ ଏକ ମହିଳା ଭୂତ ଦେଖିଥିଲେ । ଏହି ଘଟଣା ପବନ ବେଗରେ ଆଖପାଖ ଅଞ୍ଚଳକୁ ବ୍ୟାପିଯାଇଥିଲା । ଏକ ଟ୍ରେନ୍‌ ଦୁର୍ଘଟଣାରେ ଏହି ମହିଳାଙ୍କ ମୃତ୍ୟୁ ହୋଇଥିବା କୁହାଯାଇଥିଲା । ଅନେକ ଏହାକୁ ବିଶ୍ୱାସ କରିନଥିଲେ । ହେଲେ ଯେତେବେଳେ ଏହି ଷ୍ଟେସନର ଷ୍ଟେସନ ମାଷ୍ଟର ଏବଂ ତାଙ୍କ ପରିବାର ରେଳବାଇ କ୍ୱାର୍ଟରରେ ମୃତ ଅବସ୍ଥାରେ ମିଳିଥିଲେ ସେତେବେଳେ ଏହି ଚର୍ଚ୍ଚା ଆହୁରି ଜୋର ଧରିଥିଲା । ଏପରିକି ଘଟଣା ରେଳ ମନ୍ତ୍ରଣାଳୟ ନିକଟକୁ ଯାଇଥିଲା । ଏହି ଷ୍ଟେସନରେ ଟ୍ରେନ୍‌ ରହିବା ବନ୍ଦ ହୋଇଯାଇଥିଲା । ୨୦୦୯ ମସିହାରେ ରେଳ ମନ୍ତ୍ରଣାଳୟ ପକ୍ଷରୁ ପୁଣି ଥରେ ଏହି ଷ୍ଟେସନ ଖୋଲାଯାଇଛି । ତେବେ ଆଜି ବି ଭୂତ ଭୟ ଅଛି, ସୂର୍ଯ୍ୟାସ୍ତ ପରେ କେହି ଏହି ଷ୍ଟେସନରେ ରହୁନାହାଁନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ