ପୁଅକୁ ମରଣାନ୍ତକ ଆକ୍ରମଣ ନେଇ ମାଆର ଅଭିଯୋଗ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ପଦାକଣା ଗ୍ରାମର ପୁଅକୁ ମରଣାନ୍ତକ ଆକ୍ରମଣ କରାଯିବା ନେଇ ମାଆ ଥାନାରେ ଅଭିଯୋଗ କରିଛି । ଘଟଣାରୁ ପ୍ରକାଶ ଯେ, ଗତ ୧୧ ତାରିଖରେ ପଦାକଣା ଗ୍ରାମର କାହ୍ନୁ ଚରଣ ମାଝୀଙ୍କର ବିଦ୍ୟୁତ୍ ତାର ତ୍ରିଲୋଚନ ପରିଡାଙ୍କ ଅମୃତଭଣ୍ଡା ଗଛରେ ଲାଗିଯିବା ଫଳରେ ସେ ଗଛର ୨ରୁ ୩ଟି ଡାଳ ଭାଙ୍ଗି ଦେଇଥିଲେ । ଫଳରେ ତ୍ରିଲୋଚନ ପରିଡାଙ୍କ ପରିବାର ଲୋକେ କାହ୍ନଙ୍କୁ ମରଣାନ୍ତକ ଆକ୍ରମଣ କରିବାରୁ ସେ କଟକ ବଡ ମେଡିକାଲରେ ଭର୍ତ୍ତି ହୋଇ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି । ଏଥିସହ ତାଙ୍କର ଅନ୍ୟ ଏକ ପୁଅକୁ ଜୀବନରୁ ମାରି ଦେବା ସହ ଘର ପୋଡି ଦେବାକୁ ଧମକ ଦେଇଥିବା ନେଇ କାହ୍ନୁଙ୍କ ମାଆ ଶାନ୍ତିଲତା ଗତ ୧୨ ତାରିଖରେ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ରବିବାର କେସ ନଂ-୭୬/୨୦ ମୂଳେ ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି । ଅପରପକ୍ଷେ ତ୍ରିଲୋଚନ ପରିଡା ଓ ତାଙ୍କ ପୁଅ ଘରେ ନଥିବା ବେଳେ କାହ୍ନୁ ମାଝୀ ଓ ଶାନ୍ତିଲତା ମାଝୀ ତ୍ରିଲୋଚନଙ୍କ ପତ୍ନୀ ମାତାଜି ପରିଡାଙ୍କୁ ଅଶ୍ଳିଳ ଭାଷାରେ ଗାଳିଗୁଲଜ କରିବା ସହିତ ମାଡ ମାରିବା ଏବଂ ହତ୍ୟା ଧମକ ଦେଇଥିବା ନେଇ ମାତାଜି ପରିଡା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ମୂଳେ ପୋଲିସ କେସ ନଂ-୭୭/୨୦ ମୂଳେ ୨ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ