ଲକ୍ଷାଧିକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ ହେଲା ଅନେକଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ କରୋନାର ସଂକ୍ରମଣକୁ ପ୍ରତିହତ କରିବା ପାଇଁ ପାରଳାଖେମୁଣ୍ଡି ସହର ସମେତ ଗୁମ୍ମା,ଗୋଷାଣୀ ଓ କାଶୀନଗର ବ୍ଲକର ରାଣୀପେଣ୍ଠ ଗ୍ରାମ ପଞ୍ଚାୟତରେ ସ୍ୱାସ୍ଥ୍ୟ ବିଭାଗର ୪୦ ଗୋଟି ସ୍ୱତନ୍ତ୍ର ଟିମ୍ ଦ୍ୱାରା ଲକ୍ଷାଧିକ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ଏଥିରୁ ଅନେକଙ୍କ ଠାରେ କରୋନା ଲକ୍ଷଣ ପରିଲକ୍ଷିତ ହୋଇଥିବା ସୁଚନା ମିଳିଛି । ଏ ନେଇ ଗଜପତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ପ୍ରଦୀପ କୁମାର ପାତ୍ର ଜଣାଇଛନ୍ତ,ଗତ ୨୮ରୁ୩୦ ତାରିଖ ୩ଦିନ ଧରି ସ୍ୱାସ୍ଥ୍ୟ ବିଭାଗର ୪୦ଗୋଟି ସ୍ୱତନ୍ତ୍ର ଟିମ୍ ପାରଳାଖେମୁଣ୍ଡି ସହର ସମେତ ଗୁମ୍ମା,ଗୋଷାଣୀ ଓ କାଶୀନଗର ବ୍ଲକର ରାଣୀପେଣ୍ଠ ଗ୍ରାମ ପଞ୍ଚାୟତରେ ଘରକୁ ଘର ବୁଲି ୪୯୨୫୬ ପରିବାରର ଲକ୍ଷାଧିକ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି । ଏମାନଙ୍କ ମଧ୍ୟରୁ ଅନେକଙ୍କ ଠାରେ କରୋନା ଲକ୍ଷଣ ଥିବା ଭଳି ପ୍ରାଥମିକ ଯାଞ୍ଚରୁ ଜଣାପଡିଛି । ଏହି ଯାଞ୍ଚର ସମସ୍ତ ରିପୋର୍ଟ ପହଞ୍ଚିବା ପରେ କେତେ ଜଣଙ୍କ ଠାରେ ଲକ୍ଷଣ ପରିଲକ୍ଷିତ ହୋଇଛି ତାହା ସ୍ୱଷ୍ଟ ଭାବେ ଜଣାପଡିବ ଏବଂ ଏହା ପରେ ଏ ମାନଙ୍କ ସୁରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ।


