ପୁଣି ଅଲୋଡ଼ା ଶିଶୁକନ୍ୟା ମନ୍ଦିର ନିକଟରୁ ଉଦ୍ଧାର

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ) : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା  ଫିରିଙ୍ଗିଆ ବ୍ଲକ୍ ରତଙ୍ଗ ପଞ୍ଚାୟତର ରତଙ୍ଗ ଗ୍ରାମ କାଳୀ ମନ୍ଦିର ପାଖ କେନାଲରେ। ସୂଚନା ଅନୁଯାୟୀ ଶନିବାର  ରାତ୍ରିରେ କେହି ଜଣେ ଏହି ନବଜାତ ଶିଶୁ କନ୍ୟାକୁ କାଳୀ ମନ୍ଦିରର ୨୦-୨୫ ମିଟର ଦୂରରେ ଥିବା କେନାଲ କଡ଼ରେ ଛାଡି ଚାଲିଯାଇଥିଲେ।ରବିବାର ସକାଳୁ ସକାଳୁ ସ୍ଥାନୀୟ ଲୋକେ ଶିଶୁଟିକୁ ଏପରି ଅବସ୍ଥାରେ ଦେଖି ଉଦ୍ଧାର କରିବା ସହିତ ପୁଲିସକୁ ଖବର ଦେଇଥିଲେ। ପରେ ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ପି. ଶ୍ୟାମ ସୁନ୍ଦର ରାଓ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ଶିଶୁଟିକୁ ହସ୍ପିଟାଲରେ ଭର୍ତ୍ତି କରିଥିବା ଜଣାପଡ଼ିଛି। ସେହିପରି ପୂର୍ବରୁ ଫିରିଙ୍ଗିଆ ମେଡିକାଲ ପଛ ପଟୁ ଏକ ଜୀବନ୍ତ ଶିଶୁ କନ୍ୟା ଉଦ୍ଧାର ହୋଇଥିବା ବେଳେ ପୁଣି ଏକ ଶିଶୁ କନ୍ୟା ଉଦ୍ଧାର ହୋଇଛି। ଏହି ଘଟଣାକୁ ଅଞ୍ଚଳବାସୀ ତୀବ୍ର ନିନ୍ଦା କରିବା ସହିତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ