ପୁଣି ବଢ଼ିଲା ପେଟ୍ରୋଲ୍, ଡିଜେଲ୍ ଦର
ନୂଆଦିଲ୍ଲୀ: କ୍ରମାଗତ ଭାବେ ପୁଣି ବଢ଼ିଲା ତୈଳ ଦର। ପେଟ୍ରୋଲ୍ ଲିଟର ପିଛା ୨୫ ପଇସା ବଢ଼ିଥିବାବେଳେ ଡିଜେଲ୍ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି। ଏହା ସହିତ ଲଗାତାର ୨୧ ଦିନ ହେଲା ଉଭୟ ପେଟ୍ରୋଲ୍ ଓ ଡିଜେଲ୍ ଦର ବଢ଼ି ଚାଲିଛି। ଏହି ୨୧ ଦିନରେ ଡିଜେଲ୍ ଲିଟର ପିଛା ୧୧ ଟଙ୍କା ବଢ଼ିଥିବା ବେଳେ ପେଟ୍ରୋଲ୍ ୯.୧୨ ଟଙ୍କା ବୃଦ୍ଧି ପାଇଛି। ଦାମ୍ ବଢ଼ିବା ଯୋଗୁ ଦିଲ୍ଲୀରେ ପେଟ୍ରୋଲ୍ର ଲିଟର ପିଛା ଦର ୮୦ ଟଙ୍କା ୩୮ ପଇସା ହୋଇଥିବା ବେଳେ ଡିଜେଲ ଦର ୮୦ଟଙ୍କା ୪୦ ପଇସା ହୋଇଛି। ମୁମ୍ବାଇରେ ପେଟ୍ରୋଲ ଦର ୮୭ ଟଙ୍କା ୧୪ ପଇସା ହୋଇଥିବା ବେଳେ ଡିଜେଲ ଦର ୭୮ ଟଙ୍କା ୭୧ ପଇସା ହୋଇଛି। ଚେନ୍ନାଇ ଓ କୋଲକାତାରେ ପେଟ୍ରୋଲ ଦର ଲିଟର ପ୍ରତି ଯଥାକ୍ରମେ ୮୩.୫୯ ଓ ୮୨.୦୫ ଟଙ୍କା ହୋଇଛି। ସେହିପରି ଏହି ଦୁଇ ସ୍ଥାନରେ ଡିଜେଲ୍ ଦର ଲିଟର ପିଛା ୭୭.୬୧ ଓ ୭୫.୫୨ ଟଙ୍କା ରହିଛି।


