ଗଜପତିରେ ଶନିବାର ୧୬ କରୋନା ପଜିଟିଭ୍‌, ଜିଲ୍ଲାରେ ମୋଟ ୪୨୭ ଚିହ୍ନଟ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା)-ଗଜପତି ଜିଲ୍ଲାରେ କରୋନା ସଂକ୍ରମଣର ସ୍ଥିତି ଆଜି ପୁଣି ଉଦ୍‌ବେଗଜନ ଭାବେ ଦୃତଗତିରେ ବୃଦ୍ଧି ପାଇଛି । ପ୍ରତ୍ୟେକ ଦିନ ସଂକ୍ରମଣ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଆଜି ପୁଣି ଗୋଟାଏ ଦିନରେ ୧୬ ଜଣ ଚିହ୍ନଟ ନେଇ ଜିଲ୍ଲାବାସୀଙ୍କ ଠାରେ ଉଦ୍‌ବେଗ ପ୍ରକାଶ ପାଇଛି । ଆଜିର ଏହି ୧୬ କରୋନା ରୋଗୀ ଚିହ୍ନଟ ପରେ ମୋଟ ସଂଖ୍ୟା ୪୨୭ ରେ ପହଞ୍ଚିଛି । ଗଜପତି ଜିଲ୍ଲାରେ ମୋଟ ୪୨୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ୧୬ ଜଣଙ୍କୁ ଆର.ସୀତାପୁର ଠାରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏ ନେଇ ଏକ ପ୍ରେସ ଇସ୍ତହାର ମାଧ୍ୟମରେ ଜଣାଇଛନ୍ତି,ଆଜି ପୁଣି ୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛି । ଏହି ୧୬ଜଣଙ୍କୁ ମିଶାଇ ବର୍ତ୍ତମାନ ଗଜପତିରେ ୪୨୭ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୧୬ଜଣଙ୍କ ମଧ୍ୟରୁ ଗୋଷାଣୀ ବ୍ଲକରୁ ୧୦ଜଣ,ଗୁମ୍ମା ବ୍ଲକରୁ ୫ଜଣ ଓ ରାୟଗଡା ବ୍ଲକରୁ ଜଣେ କରୋନା ପଡିଟିଭ୍ ରହିଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଜନସାଧାରଣ କରୋନା ପଜିଟିଭ୍‌କୁ ଦୃଷ୍ଠିରେ ରଖି କେବଳ ନିଜ ଘରେ ସୁରକ୍ଷିତ ରୁହନ୍ତୁ । ଯେ କୌଣସି ସମସ୍ୟା କିମ୍ବା କରୋନା ଜନିତ କୌଣସି ଖବର ହସ୍ତଗତ ହେଲେ ତୁରନ୍ତ ପ୍ରଶାସନକୁ ସୁଚନା ଦିଅନ୍ତୁ ବୋଲି ଗଜପତି ଜିଲ୍ଲାପାଳ ଅନୁରୋଧ କରି ୨୮ରୁ ୩୦ତାରିଖ ୩ଦିନ ପର୍ଯ୍ୟନ୍ତ ଘୋଷିତ ସଟ୍‌ଡାଉନ୍‌କୁ ନିୟମ ଅନୁଯାୟୀ ପାଳନ କରନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ