ସତ୍ୟବ୍ରତଙ୍କ ହାତର ସ୍ପର୍ଶରେ ଜୀବନ୍ୟାସ ପାଉଛି ସାବୁନ ଖଣ୍ଡ
ମାଟି, ପଥର କି କାଠ ନୁହେଁ, ସାବୁନରେ ସୁନ୍ଦର କଳାକୃତି ସୃଷ୍ଟି କରୁଛନ୍ତି ସତ୍ୟବ୍ରତ । ତାଙ୍କ ହାତରେ ଅଛି କିମିଆ କଲା ଭଳି ପାରଦର୍ଶିତା । ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଗାଁର ସତ୍ୟବ୍ରତ ଗୁନ୍ଥନ୍ତି ମନଲୋଭା ମୂର୍ତ୍ତି । ସାବୁନ ଖଣ୍ଡେ ପାଇଲେ ସେ ବସିଯାଆନ୍ତି •ଳ ଛପର ଘରର ମାଟି ପିଣ୍ଡାରେ । ଘଣ୍ଟା ଘଣ୍ଟା ପରିଶ୍ରମ କରି ସେ ସାବୁନ ଖଣ୍ଡକୁ ଦିଅନ୍ତି ଜୀବନ୍ୟାସ । ସୁନ୍ଦର ସୁନ୍ଦର ମୂର୍ତ୍ତି ଗଢ଼ିବସନ୍ତି ସତ୍ୟବ୍ରତ । ହେଲେ ଆର୍ଥିକ ଅନାଟନ ତାଙ୍କ କଳାର ବିକାଶ ରାସ୍ତାରେ କଣ୍ଟାସାଜୁଛି । ସରକାରୀ ପ୍ରୋତ୍ସାହନର ଅଭାବରେ ବଣମଲ୍ଲୀ ବଣରେ ଫୁଟି ବଣରେ ମଉଳିଯିବାକୁ ବସିଛି ।ଦଦ୍ଭବାଘମାରୀ ଗାଁର ସତ୍ୟବ୍ରତ । ବାପା ପର ଦୁଆରେ ମୂଳ ଲାଗନ୍ତି । ଘରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନୁହେଁ । •ଳଛପର ଘର ଦେଇ ଉଙ୍କିମାରୁଛି ସୂର୍ୟ୍ୟ । ଅର୍ଥ ଅଭାବରୁ ମାଟ୍ରିକ ପରେ ପାଠପଢ଼ାରେ ଡ଼ୋର ବନ୍ଧା ହୋଇଥିଲା । ପିଲାବେଳୁ ସତ୍ୟବ୍ରତଙ୍କର କଳା ପ୍ରତି ଥିଲା ବେଶ୍ ଦୁର୍ବଳତା । ତାଙ୍କ ହାତରେ ଯେପରି ଯାଦୁ ଅଛି । ମାଟି କି କାଠରେ ନୁହେଁ, ସାବୁନରେ ସୁନ୍ଦର ସୁନ୍ଦର କାରୁକାର୍ୟ୍ୟପୂର୍ଣ୍ଣ ମୂର୍ତ୍ତି ତିଆରି କରି•ଲିଛନ୍ତି । ଅତି ସୁନ୍ଦର ଭାବେ ଗଣେଶ, ଶିବ, ରାଧାକୃଷ୍ଣ ଓ ଲାଫିଙ୍ଗ୍ ବୁଦ୍ଧଙ୍କ ମୂର୍ତ୍ତି ଗଢ଼ିପାରୁଛନ୍ତି । ଦିନ ଦିନ ଧରି ପରିଶ୍ରମ କଲେ ଗୋଟିଏ ସାବୁନ ମୂର୍ତ୍ତି ପାଇଁ ତାଙ୍କୁ ୧୦୦ରୁ ୧୫୦ ଟଙ୍କା ମିଳେ । ଘର ସଜାଇବା ପାଇଁ ଲୋକେ ସାବୁନ ମୂର୍ତ୍ତି କିଣିନେଇ ଯାଉଥିଲେ ହେଁ ତାଙ୍କୁ ଉଚିତ ପାରିଶ୍ରମିକ ମିଳିପାରୁନାହିଁ । ପେଟ ପୋଷିବା ପାଇଁ କଳା ଦ୍ୱାରା ଅର୍ଜିତ ଟଙ୍କା ନିଅଣ୍ଟ ହେଉଥିଲେ ହେଁ କଳାକୁ ବଞ୍ଚାଇ ରଖିଛନ୍ତି । ଭଙ୍ଗା ଦୂଆରେ କଳାକୁ ବଞ୍ଚାଇ ରଖିବା ପାଇଁ ଅବିରାମ ପ୍ରୟାସ କରୁଛନ୍ତି ସତ୍ୟବ୍ରତ । ମୂର୍ତ୍ତିଗୁଡ଼ିକୁ ରଖିବାକୁ ଘରେ ଜାଗା ନାହିଁ । ବର୍ଷା ହେଲେ ସବୁ ଓଦା ହୋଇ ନଷ୍ଟ ହୋଇଯାଉଛି । ସରକାରୀ ପ୍ରୋତ୍ସାହନର ଅଭାବ ଯେ ତାଙ୍କ ଇଚ୍ଛାଶକ୍ତିକୁ ଦୁର୍ବଳ କରିନଦେବ ଏକଥାକୁ ମଧ୍ୟ ଏଡ଼ାଇ ଦିଆଯାଇପାରିବ ନାହିଁ । ତାଙ୍କ କଳା ଗାଁରେ ସୀମିତ ନରହି ସହରକୁ ଗଲେ ଆଦୃତ ହୋଇପାରନ୍ତା ସେ ବୋଲି ପ୍ରକାଶ କରିଛନ୍ତି । ଏଯାଏଁ ସତ୍ୟବ୍ରତଙ୍କ କଳାର ବିକାଶ ପାଇଁ କିଛି ସହାୟତା ପାଇନାହାନ୍ତି ।


