ପୁଣି ହୀରାକୁଦ ଡ୍ୟାମରେ ଖୋଲିଲା ଆଉ ୩ ଗେଟ୍
ଭୁବନେଶ୍ବର: ଆଜି ପୁଣି ହୀରାକୁଦ ଡ୍ୟାମ୍ର ଆଉ ୩ଟି ଗେଟ୍ ଖୋଲାଯାଇଛି। ଏହା ପୂର୍ବରୁ ୧୨ ଗେଟ୍ ଖୋଲା ଯାଇଥିଲା। ଅଦ୍ୟାବଧି ମୋଟ ୧୫ଟି ଗେଟ୍ ଦେଇ ଡ୍ୟାମ୍ରୁ ଜଳ ନିଷ୍କାସନ ହେଉଛି। ଗତ ଗୁରୁବାର ହୀରାକୁଦ ଡ୍ୟାମରୁ ଛଡାଯାଇଥିଲା ପ୍ରଥମ ବନ୍ୟାଜଳ। ପ୍ରତିବର୍ଷ ଜୁଲାଇରେ ଡ୍ୟାମରେ ଜଳ ଭର୍ତ୍ତି ହେବା ପରେ ଗେଟ୍ ଖୋଲାଯାଉଥିବା ବେଳେ, ଏବର୍ଷ ଉପରମୁଣ୍ଡରେ ଅଧିକ ବର୍ଷା ହେବାରୁ ଜୁନ୍ ମାସରୁ ଜଳ ନିଷ୍କାସନ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ମୋଟ ୧୦ଟି ଗେଟ୍ ଖୋଲାଯାଇ ଜଳ ଛଡ଼ାଯାଇଥିଲା। ପରେ ଆଉ ଦୁଇଟି ଗେଟ୍ ଖୋଲାଯାଇଥିଲା। ଏଥିପାଇଁ ପୂର୍ବରୁ ମହାନଦୀ ଅବବାହିକାର ଲୋକଙ୍କୁ ସତର୍କ ରହିବାକୁ ମାଇକରେ ପ୍ରଚାର କରାଯାଇଥିଲା ।


