ଉଦଘାଟନ ହେଲା ମାଇକ୍ରୋ କୋମ୍ପୋସ୍ଟ କେନ୍ଦ୍ର
ସୋରଡା, (ରଜନୀ କାନ୍ତ ମହାପାତ୍ର): ସୋରଡା ବନବିଭାଗ କାର୍ଯ୍ୟଳୟ ନିକଟରେ ଉଦଘାଟନ ହେଇଛି ସୋରଡା ପୌରପରିଷଦ ର ମାଇକ୍ରୋ କୋମ୍ପୋଷ୍ଟ ସେଣ୍ଟର। ବହୁତ ଦିନ ପରେ ସୋରଡା ରେ ଏହି କେନ୍ଦ୍ର ଉଦ୍ଘାଟନ ପରେ ସହର ର ଏକ ବଡ ଧରଣ ର ବର୍ଜ୍ୟବସ୍ତୁ ର ଉପଯୁକ୍ତ ବ୍ୟବହାର ହେଇପାରିବ। ୭୬ ଲକ୍ଷ ୮୦ ହଜାର ଟଙ୍କା ବିନିମୟ ରେ ଏହି କେନ୍ଦ୍ର ର ନିର୍ମାଣ ହେଇପାରିଛି ଏବଂ ଏଥିରେ ୧୧ ଲକ୍ଷ ଟଙ୍କା ର ମେଟାଲ ରିକୋଭେରୀ କେନ୍ଦ୍ର ମଧ୍ୟ ରହିଛି ଯାହା ଦ୍ଵାରା ସମସ୍ତ ବର୍ଜ୍ୟବସ୍ତୁ କୁ ଅଲଗା ଅଲଗା କରାଯାଇପାରିବ। ଏହି ସେଣ୍ଟର ମାଧ୍ୟମରେ ବର୍ତମାନ ସହର ବହୁଳ ପରିମାଣ ରେ ବାହାରୁ ଥିବା ବର୍ଜ୍ୟବସ୍ତୁ ଗୁଡିକୁ ଏହି କେନ୍ଦ୍ର ମାଧ୍ୟମରେ ବିନିଯୋଗ କରାଯାଇ ସାର ପ୍ରସ୍ତୁତ କରାଯିବ ଯାହା କୃଷିକ୍ଷେତ୍ର ରେ ବ୍ୟବହାର କରାଯିବ। ଉଦଘାଟନ ଦିବସ ରେ ସୋରଡା ପୌରପରିଷଦ ପ୍ରଶାସକ ଲକ୍ଷ୍ମୀକାନ୍ତ ବେହେରା,ସୋରଡା ତହସିଲଦାର ରବୀନ୍ଦ୍ର ମିଶ୍ର, ବିଡିଓ ସିମାଞ୍ଚଳ ମଣ୍ଡଳ, କାର୍ଯ୍ୟନିର୍ବାହୀ ଅଧିକାରୀ ବିପିନ ପ୍ରଧାନ କନିଷ୍ଠ ଯନ୍ତ୍ରୀ ସତ୍ୟନାରାୟଣ ସାହୁ ଙ୍କ ସମେତ ସମସ୍ତ ପୌର କର୍ମଚାରୀ ମାନେ ଉପସ୍ଥିତ ଥିଲେ।ବର୍ତମାନ ଏହି କେନ୍ଦ୍ର ଆରମ୍ଭ ହୋଇଥିବା ବେଳେ ଏହାର ପାଚେରି କାନ୍ଥ ସମେତ ଅନ୍ୟାନ କାର୍ଯ୍ୟ ମଧ୍ୟ ବାକି ରହିଛି।


