ଲୋକଙ୍କୁ ଘାରିଲାଣି ଗୋଷ୍ଠୀ ସଂକ୍ରମଣର ଭୟ ସଂକ୍ରମଣ ସଂଖ୍ୟା ୧୪ରେ ପହଞ୍ଚିଲା। ଏକ୍ସନ ମୁଡରେ ପ୍ରଶାସନ
ସୋରଡା, (ରଜନୀ କାନ୍ତ ମହାପାତ୍ର): ଗଞ୍ଜାମ ଜିଲ୍ଲା ରେ ଯେଉଁଭଳି ଭାବେ କୋରୋନା ସଂକ୍ରମଣ ର ସଂଖ୍ୟା ବଢିବାରେ ଲାଗିଛି ତାହା ଦେଖିଲେ ବର୍ତମାନ ଲୋକଙ୍କ ମନ ରେ କୋରୋନା ସଂକ୍ରମଣ ର ପ୍ରଭାବ ଭୟ ସୃଷ୍ଟି କଲାଣି। ଗଞ୍ଜାମ ଜିଲ୍ଲା ରେ ପ୍ରବାସୀ ମାନେ ଆସିଲା ପରେ ପ୍ରଥମ ଏହା ସଙ୍ଗରୋଧ କେନ୍ଦ୍ର ରେ ସୀମିତ ରହିଥିଲା। କିନ୍ତୁ ଏହା ବିଭିନ୍ନ ଲୋକାଲ କଣ୍ଟକ୍ଟ ରେ ଆସିବାରେ ଲାଗିଲାଣି। ଯାହା ଜିଲ୍ଲା ରେ ଚାରିଆଡେ ବ୍ୟାପିଲାଣି। ଯାହା ଫଳରେ ଜିଲ୍ଲା ପ୍ରଶାସନ ବ୍ରହ୍ମପୁର ର ଅନେକ ଅଞ୍ଚଳ କୁ ବନ୍ଦ କରିବା ନିଷ୍ପତି ନେବା ପରେ ଏହା ର ସମଦୃଶ୍ୟ ଜିଲ୍ଳା ର ଅନ୍ୟାନ ଏନ ଏ ସି ରେ ମଧ୍ୟ ଦେଖିବାକୁ ମିଳିଲାଣି। ସୋରଡା ରେ କୋରୋନା ସଂକ୍ରମଣ ଙ୍କ ସଂଖ୍ୟା ୧୪ ରେ ପହଞ୍ଚିଲାଣି। ଏଠାରେ ପ୍ରଥମେ ୧୭ ତାରିଖ ରେ ୦୪ ଜଣ, ୧୮ ରେ ୦୫ , ୧୯ ରେ ୦୨ ଜଣ ବାହାରିବା ପରେ ଏହି ସଂଖ୍ୟା ୧୧ ରେ ସୀମିତ ଥିଲା। ବର୍ତମାନ ଜିଲ୍ଳା ପ୍ରଶାସନ ର ସୂଚନା ପ୍ରକାରେ ୨୩ ତାରିଖରେ ୦୧, ୨୪ ରେ ୦୧ ଓ ୨୫ ରେ ପୁଣି ଆଉ ଜଣେ ଚିହ୍ନଟ ପରେ ସଂଖ୍ୟା ପହଞ୍ଚିଛି ୧୪ ରେ। ୧୪ ଜଣ ଙ୍କ ମଧ୍ୟ ରେ କିଛି ଲୋକାଲ ରେ କୋନ୍ଟାକ୍ଟ ରେ ଥିବା କୁହାଯାଉଥିବା ବେଳେ ବର୍ତମାନ ସୁଧା ଜିଲ୍ଳା ପ୍ରଶାସନ ତରଫରୁ ଘୋଷଣା କରାଯାଇନହି। ଗଞ୍ଜାମ ଜିଲ୍ଳା ର ଅନେକ ଜାଗା କୁ ବର୍ତମାନ ନିଷେଧଞ୍ଚଳ ଘୋଷଣା କରାଯାଇଥିବା ବେଳେ ସୋରଡା ରେ ଏହିପରି କିଛି ଘୋଷଣା କରାଯାଇନାହି। ଭଞ୍ଜନଗର ରେ ବର୍ତମାନ କିଛି ୱାର୍ଡ କୁ ନିଷେଧାଞ୍ଚଳ ଘୋଷଣା କରାଯାଇଛି । ଫଳରେ ଉକ୍ତ ଅଞ୍ଚଳ ରେ କୋରୋନା ସଂକ୍ରମଣ ଥିବା ସ୍ପଷ୍ଟ ହେଇଛି। କିନ୍ତୁ ସୋରଡା ରେ ବର୍ତମାନ ଯାଏଁ ସହର ବାସି ସନ୍ଦେହ ଓ ଭୟ ରେ ରହିଛନ୍ତି। କାରଣ ସୋରଡା ରେ ସଂକ୍ରମଣ ସହର ମଧ୍ୟ ରେ ରହିଛି ନା ଏହା ପଞ୍ଚାୟତର କିଛି ଗ୍ରାମ ରେ ରହିଛି। ସବୁ ସଂକ୍ରମଣ ସଙ୍ଗରୋଧ କେନ୍ଦ୍ର ରେ ରହିଛନ୍ତି ନା ଗ୍ରାମବାସୀ ଅଟନ୍ତି ଏହା ସ୍ପଷ୍ଟ ହେଇନି। ସୋରଡା ର କୌଣସି ଅଞ୍ଚଳ କୁ ଏ ଯାଏଁ ନିଷେଧଞ୍ଚଳ ଘୋଷଣା କରାଯାଇନହି। କିନ୍ତୁ ପ୍ରଶାସନ ବର୍ତମାନ ପୂର୍ବ ଅପେକ୍ଷା ଏବେ ଏକ୍ସନ ମୁଡ ରେ ରହିଛି। ସୋରଡା ରେ ପେଟ୍ରୋଲ୍ଲିଙ୍ଗ ପୋଲିସ ତରଫରି କଡାକଡି କରାଯାଇଥିବା ବେଳେ ସହର ରେ ଅନେକ ଜାଗାକୁ ସିଲ କରୁଛି ପ୍ରଶାସନ। ସହର ର ବ୍ୟାଙ୍କ ବଜାର, ଶିଶୁ ମନ୍ଦିର ରୋଡ ସମେତ ଆଉ କିଛି ଜାଗା କୁ ବେରିକେଟ କରି ଯିବା ଆସିବା କରିବା ପାଇଁ ପ୍ରତିବନ୍ଧକ ଲଗାଇଛି ପ୍ରଶାସନ ଯାହା ସହର ବାସୀଙ୍କ ମନ ରେ ଭୟ ସୃଷ୍ଟି କରିଛି। ପ୍ରଶାସନ ର ଏହି ପରି ଦିନ କୁ ଦିନ ଗୋଟିଏ ପରି ଗୋଟିଏ ପଦକ୍ଷେପ ସହର ରେ କାଳେ ଗୋଷ୍ଠୀ ସଂକ୍ରମଣ ର ସମ୍ଭାବନା ଥିବା ସନ୍ଦେହ କରାଯାଉଛି। ସୋରଡା ସମେତ ଗଞ୍ଜାମ ଜିଲ୍ଳା ରେ ଯେଉଁ ଭଳି ଭାବେ ସଂକ୍ରମଣ ଙ୍କ ସଂଖ୍ୟା ବଢିଲାଣି ଏହା କୁ ଦେଖିଲେ ଜିଲ୍ଳା ରେ ଗୋଷ୍ଠୀ ସଂକ୍ରମଣ ହେଇଥିବା ଭାବି ଜିଲ୍ଳା ବାସି ସମେତ ସୋରଡା ସହର ବାସୀ ଙ୍କ ମନରେ ଭୟ ସୃଷ୍ଟି କରୁଛି।


