ପୁରୀକୁ ଗଡ଼ିବନି ଟ୍ରେନ

ଭୁବନେଶ୍ୱର: ଏଣିକି ଆଉ ପୁରୀକୁ ଟ୍ରେନ ଯିବ ନାହିଁ । ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରିବାକୁ ରେଲବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି । ରାଜ୍ୟ ସରକାରଙ୍କ ପରାମର୍ଶ ଅନୁସାରେ ରେଳବାଇ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ପୁରୀକୁ ଯାଉଥିବା ବା ଆସୁଥିବା ଟ୍ରେନ ଭୁବନେଶ୍ୱର ଯାଏଁ ଯିବ । ଆସନ୍ତା ୧ରୁ ଚାଲିବାକୁ ଥିବା ପୁରୁଷୋତ୍ତମ ଏକ୍ସପ୍ରେସ ଭୁବନେଶ୍ୱରରୁ ଯିବ । ସିଆଲଦା-ପୁରୀ ଦୂରନ୍ତ ଏକ୍ସପ୍ରେସ କ୍ଷେତ୍ରରେ ବି ସମାନ ବ୍ୟବସ୍ଥା ଲାଗୁ । ତେବେ କାହିଁକି ପୁରୀକୁ ଟ୍ରେନ ବନ୍ଦ କରାଯାଇଛି ସେନେଇ କିଛି ସ୍ପଷ୍ଟ ସୂଚନା ମିଳିପାରିନାହିଁ । ସମ୍ଭବତଃ ରଥଯାତ୍ରା ଦୃଷ୍ଟିରୁ କଟକଣା କରାଯାଇଥିବା ଅନୁମାନ କରାଯାଉଛି ।
ପ୍ରକାଶ ଯେ, ଏହା ପୂର୍ବରୁ କେତେ ଶ୍ରମିକ ସ୍ପେଶାଲ ଟ୍ରେନ ଦରକାର ବୋଲି ଜଣାଇବାକୁ ରେଳବାଇ ପକ୍ଷରୁ ସବୁ ରାଜ୍ୟମାନଙ୍କୁ ପଚରା ଯାଇଥିଲା । ଏନେଇ ରେଲୱେ ବୋର୍ଡ ଅଧ୍ୟକ୍ଷ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଥିଲେ । ଆଜି ସୁଦ୍ଧା ଆବଶ୍ୟକ ଟ୍ରେନ ସଂଖ୍ୟା ଜଣାଇବାକୁ ଅଧ୍ୟକ୍ଷ କହିଥିଲେ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ବ୍ୟବସ୍ଥା କରିବାକୁ ଥିବାରୁ କେତେ ଶ୍ରମିକ ସ୍ପେଶାଲ ଟ୍ରେନ ଦରକାର ବୋଲି ଜଣାଇବାକୁ ରେଳବାଇ ପକ୍ଷରୁ ସବୁ ରାଜ୍ୟମାନଙ୍କୁ ପଚରା ଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ