ପୁରୀରେ ଲାଗୁ ହେବ ୧୪୪ ଧାରା
ପୁରୀ : ସ୍ନାନ ଯାତ୍ରା ପାଇଁ ପୁରୀରେ ଜାରି ହେବ ୧୪୪ ଧାରା । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ । ଲୋକଙ୍କ ଆତଯାତ ରୋକିବାକୁ ୧୪୪ ଜାରି ପାଇଁ ଯୋଜନା କରାଯାଇଛି । ଆସନ୍ତା ୪ ତାରିଖ ରାତି ୧୦ ଟାରୁ ଏହି ଧାରା ଲାଗୁ କରାଯିବ। ଏହା ୬ ତାରିଖ ଦିନ ୨ଟା ପର୍ଯ୍ୟନ୍ତ ଜାରି ରହିବ ବୋଲି ସୂଚନା ରହିଛି । ଛତିଶା ନିଯୋଗ ବୈଠକରେ ନିଷ୍ପତ୍ତି ନେଇ ଜିଲ୍ଲାପାଳ ଏନେଇ ସୂଚନା ଦେଇଛନ୍ତି ।
କରୋନା ପାଇଁ ଅସମ୍ଭବ ଭିଡକୁ ଏଡାଇବା ପାଇଁ ପ୍ରଶାସନ ତରଫରୁ ପଦକ୍ଷେପ ନିଆଯାଉଛି। ଦେଶରେ ପଞ୍ଚମ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିଥିବାବେଳେ ରାଜ୍ୟରେ ଧାର୍ମିକ ଅନୁଷ୍ଠାନଗୁଡିକୁ ଜୁ୍ନ୍ ୩୦ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ରହିଛି । ତେବେ ଶ୍ରୀଜଗନ୍ନାଥଙ୍କ ପବିତ୍ର ସ୍ନାନଯାତ୍ରାର ସିଧା ପ୍ରସାରଣ କରିବ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ । ଏହାବ୍ୟତୀତ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାର ସିଧା ପ୍ରସାରଣ କରାଯିବ ବୋଲି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


