ପୁରୁଣା ବ୍ରହ୍ମପୁର ଅଞ୍ଚଳ ସମସ୍ୟା ନେଇ ବିଜେପି ପକ୍ଷରୁ ସ୍ମାରକପତ୍ର ପ୍ରଦାନ
ବ୍ରହ୍ମପୁର, (ଅନିଲ କୁମାର): ପୁରୁଣା ବ୍ରହ୍ମପୁର ବିଜେପି ମଣ୍ଡଳ ତରଫରୁ ଗୁରୁବାର ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ନେଇ ବ୍ରହ୍ମପୁର ମହାନଗର ନିଗମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା । ଅଞ୍ଚଳରେ ଥିବା ଆଇନାବନ୍ଧର ପୁନରୁଦ୍ଧାର କରିବା, ଜାନିବିଲି ପ୍ରକଳ୍ପ କାର୍ଯ୍ୟ ସମୟରେ ନଷ୍ଟ ହୋଇଥିବା ରାସ୍ତା ଗୁଡ଼ିକର ତୁରନ୍ତ ମରାମତି କରିବା, ପ୍ରହଲ୍ଲାଦ ନଗର ମୁଖ୍ୟ ରାସ୍ତାର ଉନ୍ନତି କରିବା, ଅଞ୍ଚଳରେ ମଶାଧୂଆଁ ସହ ନାଳ ସଫେଇ କରିବା, ଶଶିଭୂଷଣ ପାଠାଗାରର ପୁନରୁଦ୍ଧାର କରିବା ସମେତ ଅନ୍ୟାନ୍ୟ ଦାବି ନେଇ ବିଜେପି ମଣ୍ଡଳ ପକ୍ଷରୁ କମିଶନରଙ୍କୁ ଅବଗତ କରାଯାଇଥିଲା । ସେହିପରି ବହୁ ଅସହାୟଙ୍କୁ ତୁରନ୍ତ ଗୃହ ଯୋଗାଇ ଦେବା ପାଇଁ ଦାବି ହୋଇଥିଲା । ଏଥିରେ ପୁରୁଣା ବ୍ରହ୍ମପୁର ମଣ୍ଡଳ ସଭାପତି ବିନାୟକ ରଥ, ବିଜେପିର ବରିଷ୍ଠ ନେତା କାହ୍ନì ଚରଣ ପତି, ପ୍ରଭାତ କିରଣ ଷଡ଼ଙ୍ଗୀ, ଏସ୍.ରାଣୀ, ବାଙ୍କନିଧି ସେଠୀ, ଶିବ ଶଙ୍କର ନାୟକ, ଜିତେନ୍ଦ୍ର ମହାପାତ୍ର, ସତ୍ୟ ନାହାକ, କେ.ଟୁଙ୍ଗୁରୁ ପାତ୍ର, ଗୁରେଇ ସେଠୀ, କିରଣ ସାହୁ, ତୁମ୍ବେଶଙ୍କ ସମେତ ବହୁ ବିଜେପି କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।


