ପୁଷ୍ପଗିରି ପରିଷଦର ବିଷୁବ ମିଳନ ଓ ପଣା ଉତ୍ସବ
ବରୀ,(ଚୈତନ୍ୟ ଜେନା) : ରତ୍ନଗିରି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ପୁଷ୍ପଗିରି ପରିଷଦ,ରତ୍ନଗିରି ପକ୍ଷରୁ ବିଷୁବ ମିଳନ, ପଣା ଉତ୍ସବ ଏଵଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି l ପରିଷଦର ସ୍ଥାୟୀ ସଭାପତି ଦୁଃଖୀରାମ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ଅତିଥିମାନେ ଭଗବାନ ବୁଦ୍ଧ ଓ ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ କାଶୀନାଥ ମହା ବିଦ୍ୟାଳୟ, କାଇପଡ଼ାର ଅଧକ୍ଷ ପ୍ରମୋଦ କୁମାର ଶତପଥି, ମୁଖ୍ୟବକ୍ତା ଭାବେ ‘ଗୁଣ୍ଡୁଚିମୂଷା’ ପତ୍ରିକାର ସମ୍ପାଦକ ଗଣେଶ୍ୱର ସ୍ୱାଇଁ, ସମ୍ମାନୀତ ଅତିଥି ଡ଼ ଭାଗ୍ୟଧର ସାହୁ ଯୋଗଦେଇଥିଲେ। ପୂର୍ବରୁ ଅନୁଷ୍ଠିତ ପ୍ରତିଭା ଅନ୍ଵେଷଣ କାର୍ଯ୍ୟକ୍ରମ ର କୃତି ପ୍ରତିଯୋଗୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ଟ୍ରଫି, ମାନପତ୍ର ଓ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ପରିଷଦର କାର୍ଯ୍ୟକାରି ସଭାପତି ଡ ନୃସିଂହ ଚରଣ ବେହେରା ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ମକରଧ୍ୱଜ ସାହୁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଦିଲ୍ଲିପ କୁମାର ଦାସ ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଶେଷରେ ଅଜୟ କୁମାର ବଳ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବରୀ ବାର ଆସୋସିଏସନର ସଭାପତି ରାଜ କିଶୋର ସାମଲ, ଶିକ୍ଷାବିତ ଅଶୋକ କୁମାର ଦାସ, ଅନିରୁଦ୍ଧ ମଲ୍ଲ, କୁସ ଧ୍ଵଜ ସାମଲ, ପ୍ରମୁଖ ଉପସ୍ଥିତ ଥିଲେ।


