ପୂଡାମାରୀ କଲେଜରେ ଛାତ୍ରୀ ମାନଙ୍କ ଆତ୍ମ ସୁରକ୍ଷା ତାଲିମ ଶିବିର
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) :-ପୋଡ଼ାମାରୀ ସ୍ଥିତ ସରକାରୀ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଆଜି କଲେଜ ଛାତ୍ରୀଙ୍କୁ ନେଇ ଏକ ଆତ୍ମ ସୁରକ୍ଷା ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟ ଅଧ୍ୟକ୍ଷ ଇ.ପ୍ରଦୀପ କୁମାର ପାତ୍ରଙ୍କ ପୌରହିତ୍ୟରେ ଆୟୋଜିତ ଏହି ଶିବିରରେ ମୁଖ୍ୟ ଅତିଥି ଭାବେ ଦିଗପହଣ୍ଡି ଖେମୁଣ୍ଡି ମହାବିଦ୍ୟାଳୟ ସଂଯୋଜିକା ଅଧ୍ୟାପିକା ଆରତୀ ପାତ୍ର ଯୋଗ ଦେଇଥିବା ବେଳେ ମଞ୍ଚାସିନ ଅତିଥିଙ୍କ ଦ୍ଵାରା ତାଲିମ ଗ୍ରହଣ କରୁଥିବା ଛାତ୍ରୀଙ୍କୁ ସରକାରଙ୍କ ଦ୍ଵାରା ନିର୍ଦ୍ଧାରିତ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆବଶ୍ୟକତାକୁ ନେଇ ଆଲୋକପାତ କରିଥିଲେ । ଅଧ୍ୟାପିକା ଦମୟନ୍ତୀ ପାଣିଗ୍ରାହୀ ଏବଂ ଅଧ୍ୟାପକ ଦୁର୍ଯ୍ୟୋଧନ ଜେନାଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି ଶିବିରରେ ମାଷ୍ଟର ଟ୍ରେନର ସୁଶ୍ରୀ ଜସ୍ମିନ ସାହୁ ଛାତ୍ରୀଙ୍କ ଆତ୍ମ ସୁରକ୍ଷା ନେଇ ବିଭିନ୍ନ କୌଶଳ ଓ ପାରିଦର୍ଶିତାକୁ ପ୍ରଦର୍ଶନ କରାଇଥିଲେ । କଲେଜ କର୍ମଚାରୀଙ୍କ ସହ ସମସ୍ତ ଛାତ୍ରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ।


