ମାଣିତରା ରେ ହିତାଚି ଏଟିଏମ ଉଦଘାଟନ କଲେ ବିଧାୟକ

ବୁଗୁଡ଼ା, (ଅନିଲ କୁମାର ମହାରଣା) :ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ରେ ହିତାଚି ଏଟିଏମ କୁ ଏପ୍ରିଲ ୦୪ ତାରିଖ ଦିନ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ଉଦଘାଟନ କରିଥିଲେ। ପ୍ରଥମେ ନୂତନ ଏଟିଏମ ରୁ ଟଙ୍କା ଉଠାଇ ଶୁଭାରମ୍ଭ କରିଥିଲେ। ମାଣିତରା ଅଞ୍ଚଳରେ କୌଣସି ଏଟିଏମ ନଥିବା ବେଳେ ହିତାଚି ଏଟିଏମ ସ୍ଥାପନ ଦ୍ୱାରା ଜନସାଧାରଣ ଉପକୃତ ହୋଇପାରିବେ। ଅନ୍ୟମାନଙ୍କ ମଧ୍ୟରେ ବୁଗୁଡା ଏନଏସି ଅଧ୍ୟକ୍ଷ ଚିତ୍ରସେନ ପ୍ରଧାନ, ୪୨ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ବୁଗୁଡା ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ଖଦାଳ ଖଟେଇ, ପୂର୍ବତନ ସରପଞ୍ଚ ସୀମାଞ୍ଚଳ ପ୍ରଧାନ, ବବୁଲ ନାୟକ, ମାଣିତରା ସରପଞ୍ଚ ପ୍ରକାଶ ଚନ୍ଦ୍ର ବେହେରା, ସମିତି ସଭ୍ୟ ଜୟଦେବ ପ୍ରଧାନ, ପୂର୍ବତନ ସମିତି ସଭ୍ୟ ସୀମାଞ୍ଚଳ ପ୍ରଧାନ, ଦେବେନ୍ଦ୍ର ଜେନା, ସୁନୀଲ କୁମାର ପ୍ରଧାନ, ପ୍ରଭାତ କୁମାର ପ୍ରଧାନ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ