ପୂର୍ବତନ ଆଇଆଇସି ବହିଷ୍କୃତ

ରାଉରକେଲା: ବୀରମିତ୍ରପୁର ନାବାଳିକା ଦୁଷ୍କର୍ମ ଓ ଗର୍ଭପାତ ଘଟଣାରେ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଛନ୍ତି ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ । ପୁଲିସ ମହାନିର୍ଦେଶକ ଅଭୟ ଟ୍ବିଟ୍ ଯୋଗେ ଏନେଇ ସୂଚନା ଦେଇଛନ୍ତି । ଟ୍ବିଟରେ ପୁଲିସ ମହାନିର୍ଦେଶକ ଲେଖିଛନ୍ତି ଜଣେ କାର୍ୟ୍ୟରତ ଥାନା ଅଧିକାରୀଙ୍କ ଏଭଳି କାର୍ଯ୍ୟ ପୁଲିସ ବିଭାଗକୁ ଲଜ୍ଜିତ ଓ ନିନ୍ଦିତ କରିଛି । ନାବାଳିକା ଝିଅ ପାଖରେ ଆମେ କ୍ଷମାପ୍ରାର୍ଥୀ ବୋଲି ଡିଜିପି କହିଛନ୍ତି। ସୂଚନାଯୋଗ୍ୟ ବୀରମିତ୍ରପୁର ଅଞ୍ଚଳରେ ୧୩ ବର୍ଷୀୟା ନାବାଳିକାଙ୍କୁ ଦୁଇ ପୋଲିସ କର୍ମଚାରୀଙ୍କ ସମେତ ଅନ୍ୟ ତିନି ଜଣ ଦୁଷ୍କର୍ମ କରିବା ସହ ନାବାଳିକାର ଗର୍ଭପାତ କରାଇଥିଲେ। ଏହି ଘଟଣାରେ ଆଇଆଇସିଙ୍କ ସମେତ ୬ ଜଣଙ୍କ ନାଁରେ ମାମଲା ରୁଜୁ ହୋଇଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମସ୍ତ ଅଭିଯୁକ୍ତ ଫେରାର୍ ଅଛନ୍ତି । ବୀରମିତ୍ରପୁରର ଏହି ଘଟଣା ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଥିଲା । ଏହାକୁ ନେଇ ବିରୋଧୀ ମଧ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ନାବାଳିକାକୁ ନ୍ୟାୟ ପ୍ରଦାନ ଦାବିରେ ବିଭିନ୍ନ ସାମଜିକ ସଙ୍ଗଠନ ମଧ୍ୟ ବିକ୍ଷୋଭ ପଦର୍ଶନ କରିଥିଲେ। ଏହାରି ମଧ୍ୟରେ ଗତକାଲି ଓଡ଼ିଶା ପୁଲିସ ମହାନିର୍ଦେଶକ ଅଭୟ ଏହି ଘଟଣାରେ କ୍ରାଇମବ୍ରାଞ୍ଚକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଟିମ୍ ସୁନ୍ଦରଗଡ଼ ଗସ୍ତ କରିଥିଲା। କିନ୍ତୁ ଆଜି ସକାଳେ ପୁଲିସ ମହାନିର୍ଦେଶକ ଟ୍ବିଟ୍ ଯୋଗେ ବୀରମିତ୍ରପୁର ଥାନା ପୂର୍ବତନ ଆଇଆଇସି ଆନନ୍ଦ ମାଝୀଙ୍କୁ କାର୍ଯ୍ୟରୁ ବହିଷ୍କୃତ କରିଥିବା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ