ସ୍ୱାମୀ ନଥିବା ବେଳେ ମହିଳାଙ୍କୁ ମାଡ
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ଥାନା ଅଧିନ ରାମଚନ୍ଦ୍ରପୁର ଗ୍ରାମର ଜନୈକ ମହିଳାଙ୍କୁ ସ୍ୱାମୀ ନଥିବା ବେଳେ ମାଡ ମାରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗରୁ ପ୍ରକାଶ ଯେ, ଉକ୍ତ ଗ୍ରାମର ନୟନା ମାଝୀଙ୍କ ସ୍ୱାମୀ ବିଦେଶରେ ରହୁଥିବା ବେଳେ ଘରବାଡିକୁ କେନ୍ଦ୍ର କରି ସେହି ଗ୍ରାମର ଅନ୍ୟ ଏକ ପରିବାରର ଲୋକେ ତାଙ୍କୁ ମାଡ ମାରିବା ସହ ଘରେ ରଖାଇ ନଦେବାକୁ ଧମକ ଦେଉଛନ୍ତି । ଏନେଇ ଗତ ମେ ୫ ତାରିଖରେ ଅଭିଯୋଗ ହୋଇଥିଲା । ରବିବାର ପୋଲିସ କେସ ନଂ-୭୯/୨୦ ମୂଳେ ୪ ଜଣଙ୍କ ନାମରେ ମାମଲା ରୁଜ୍ଜୁ କରି ତଦନ୍ତ ଜାରି ରଖିଛି ।


