ପୂର୍ବତନ ବ୍ଳକ ଅଧ୍ୟକ୍ଷଙ୍କ ଦେହାନ୍ତ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକର ପୂର୍ବତନ ଅଧ୍ୟକ୍ଷ ଉଦୟ ନାଥ ବେହେରା (୭୪)ଙ୍କ ରବିବାର ରାତ୍ର ପ୍ରାୟ ୧୧ଘଣ୍ଟା ସମୟରେ ପରଲୋକ ଘଟିଛି । ଗତ ରବିବାର ରାତିରେ ଛାତିରେ ସେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକେ ତାଙ୍କୁ ଚିକିତ୍ସା କରିବା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡ଼ାକ୍ତର, ତାଙ୍କୁ ମୃତ ଘୋଷଣା କରିଥିଲେ । ସେ ଗତ ୨୦୦୨ ଠାରୁ ୨୦୦୭ ମସିହା ପର୍ଯ୍ୟନ୍ତ ହିଞ୍ଜିଳିକାଟୁ ପଞ୍ଚାୟତ ସମିତିର ଅଧ୍ୟକ୍ଷ ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ମୃତ୍ୟୁ ଶଯ୍ୟା ନିକଟରେ ସ୍ତ୍ରୀ, ପୁଅ, ଝିଅ, ବୋହୁ, ନାତି, ନାତୁଣୀ ଉପସ୍ଥିତ ଥିଲେ ।ତାଙ୍କ ନିଧନ ଖବର ପାଇ ବହୁ ବିଶିଷ୍ଟ ବ୍ୟକ୍ତି ବାସ ଭବନରେ ପହଞ୍ଚି ଶୋକ ସନ୍ତପ୍ତ ପରିବାରକୁ ଗଭୀର ସମବେଦନା ଜଣାଇ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପରେ ତାଙ୍କ ପାର୍ଥିବ ଶରୀରକୁ ନିଜ ପୈତୃକ ଗ୍ରାମ ହିଞ୍ଜିଳିକାଟୁ ବ୍ଳକ ପୁନରଖଣ୍ଡି ଗ୍ରାମ ଶଶ୍ମାନରେ ଅନ୍ତିମ ସଂସ୍କାର କରାଯାଇଥିଲା । ସେ ଜଣେ ପରୋପକାରୀ, ମିଷ୍ଠାଭାଷୀ ଓ ମେଳାପି ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ ।ତାଙ୍କ ବିୟୋଗରେ ଏଜ ଅପୁରାଣୀୟ କ୍ଷତି ସାଧନ ହେବା ସହ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳିଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ