ପେତାର ଘାଟିରେ ବସ ଓଲଟି ୭ ଜଣ ଆହତ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ଅଧୀନସ୍ତ ପେତାରବାଡ଼ି ଘାଟିରେ ଏକ ବସ ଓଲଟି ୭ ଜଣରୁ ଅଧିକ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତଙ୍କୁ ବର୍ତ୍ତମାନ ଚିକିତ୍ସା ନିମନ୍ତେ ଦାରିଙ୍ଗବାଡ଼ି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ପ୍ରାଥମିକ ସୂଚନା ଅନୁସାରେ ବସଟି ଦାରିଙ୍ଗବାଡିରୁ ରାଣିପାଙ୍ଗା ଅଭିମୁଖେ ଯାଉଥିଲା। ତେବେ ଘାଟି ରାସ୍ତାରେ ବ୍ରେକ ଫେଲ ହୋଇଯିବାରୁ ବସଟି ଘାଟି ତଳକୁ ଓଲଟି ପଡ଼ିଥିଲା ବୋଲି ଗାଡି ମାଲିକ ପ୍ରକାଶ କରିଛନ୍ତି । ଖବର ପାଇ ଦାରିଙ୍ଗବାଡି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଅବ୍ୟାହତ ରଖିଛି l


