ବିଜେଡି ଓ କଂଗ୍ରେସ ଦଳ ଛାଡି ବିଜେପିରେ ଯୋଗଦାନ
ନାଉଗାଁ, (ଓ୍ବାଇଏନ୍ଏସ୍):ନାଉଗାଁ ବ୍ଳକ ଅନ୍ତର୍ଗତ ଅଲଣା ମଣ୍ଡଳରେ ଶନିବାର ଅନେକ ବିଜେଡି ଓ କଂଗ୍ରେସ କର୍ମୀ ଦଳ ଛାଡି ବିଜେପିରେ ଯୋଗ ଦେଇଥିବା ଜଣାଯାଇଛି । କର୍ମୀମାନେ ଦଳର କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ବିଜେପିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତେି । ପ୍ରଧାନମନ୍ତ୍ରୀଙ୍କ ଲୋକାଭିମୁଖି କାର୍ଯ୍ୟକଳାପରେ ଉତ୍ସାହିତ ହୋଇ ସେମାନେ ବିଜେପି ଦଳରେ ଯୋଗ ଦେଇଥିବା କହିଛନ୍ତି । ଯୁବ ମୋର୍ଚ୍ଚା ସଭାପତି ସୋମନାଥ ରାଉତଙ୍କ ନେତୃତ୍ୱରେ ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଉପସ୍ଥିତରେ କର୍ମୀମାନେ ଦଳରେ ଯୋଗ ଦେଇଥିଲେ । ଜିଲ୍ଲା ସଭାପତି ଦଳରେ ଯୋଗ ଦେଇଥିବା ନୂତନ କର୍ମୀ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉତରୀୟ ଦେଇ ସମ୍ବର୍ଦ୍ଦିତ କରିଥିଲେ ।ନୂଆଗାଁ,ଗଜରାଜପୁର ପଂଚାୟତର ଜଗନ୍ନାଥ ସ୍ୱାଇଁ, ବବୁଲ ସାହୁ, ଶୁଭ ପ୍ରକାଶ ମହାନ୍ତି, ରାଜେନ୍ଦ୍ର ଗୋଚ୍ଛାୟତ, ମାନସ ସାହୁ, ଜ୍ୟୋତି ରଂଜନ ସାହୁ, ତାପସ ମଲିକ, ରିଙ୍କୁ ମଲିକ, ସୁନିଲ ଦାସଙ୍କ ସମେତ ବହୁ ଯୁବ ଛାତ୍ର ନେତା ଦଳରେ ଯୋଗ ଦେଇଥିବା ଯୁବ ମୋର୍ଚ୍ଚା ସଭାପତି ସୋମନାଥ ରାଉତ ପ୍ରକାଶ କରିଛନ୍ତି ।


