ପୈାରାଚଂଳ ଡ୍ରେନରେ ଖସିପଡିଥିବା ଗାଇକୁ ଉଦ୍ଧାରକଲା ଅଗ୍ନିଶମ ବିଭାଗ
କେନ୍ଦ୍ରାପଡ଼ା (ଚିତ୍ତରଞ୍ଜନ ଦାସ) : ପୈାରାଚଂଳ ଅନ୍ତର୍ଗତ ବଡହାଟର ଗୈାରାଙ୍ଗ ସାହୁଙ୍କ ଗୃହ ସମ୍ମୁଖରେ ଥିବା ଏକ ଖୋଲା ଡ୍ରେନରେ ଆଜି ଅପରାହ୍ନ ପ୍ରାୟ ଗୋଟାଏ ସମୟରେ ଏକ ଗାଇ ଗଳିପଡିଥିଲା । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ କେନ୍ଦ୍ରାପଡା ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଁଚି ସେହି ଗାଇଟିକୁ ଉଦ୍ଧାର କରିଥିବା ଜଣାପଡିଛି । ଗାଇଟି ସୁସ୍ଥଥିବା ଜଣାପଡିଛି ।


