ଅସ୍ଥାୟୀ ମେଡ଼ିକାଲ କେନ୍ଦ୍ରରୁ ଡିସଚାର୍ଜ ହେଲେ ୮୦ ଜଣ ପ୍ରବାସୀ ଓଡ଼ିଆ
ରାଇକିଆ, (ଓ୍ବାଇଏନ୍ଏସ୍):କନ୍ଧମାଳ ଜିଲ୍ଲା ଜି ଉଦୟଗିରି ବ୍ଲକ ଓ ଏନ ଏ ସି ରେ ଥିବା ତିନି ଗୋଟି ଅସ୍ଥାୟୀ ମେଡିକାଲ କେନ୍ଦ୍ରରୁ ୮୦ ଜଣ ସଙ୍ଗରୋଧ ଅବଧି ପୂରଣ କରି ନିଜ ନିଜ ଘରକୁ ଫେରି ଛନ୍ତି ବୋଲି ଜି ଉଦୟଗିରି ବି ଡି ଓ ଶାନ୍ତନୁ କୁମାର ନାୟକ କହିଛନ୍ତି । ସେମାନଙ୍କୁ ସରକାରୀ ବ୍ୟବସ୍ଥିତ ଗାଡି ଯୋଗେ ସେମାନଙ୍କୁ ଘରକୁ ପଠାଯାଇଛି ବୋଲି ସିଏ କହିଥିଲେ । ସେମାନେ ସମସ୍ତେ ସୁସ୍ଥ ଅଛନ୍ତି ଓ ଘରକୁ ଗଲା ପରେ ଅଧିକ ୭ ଦିନ ଘରେ ସଙ୍ଗରୋଧ ହୋଇ ରହିଥିବା ପାଇଁ ପରାମର୍ଶ ଦିଆଯାଇଛି ବୋଲି ଜି ଉଦୟଗିରି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଅଧିକାରୀ ଡାକ୍ତର ଶଶିକାନ୍ତ ମଲ୍ଲିକ କହିଛନ୍ତି । ଆଜି କଳିଙ୍ଗା ଆଶ୍ରମ ସ୍କୁଲ ଟିଏମସି ରୁ ୫୮ ଜଣ , ଜି ଉଦୟଗିରି ଅନ୍ୱେସା ଟିଏମସି ରୁ ୧୧ ଜଣ ଡିସଚାର୍ଜ ହୋଇଥିବା ବେଳେ ଜି ଉଦୟଗିରି ବିଜୁ କଲ୍ୟାଣ ମଣ୍ଡପ ଟି ଏମ ସି ରୁ ଏଗାର ଜଣ ମହିଳା ସେମାନଙ୍କ ଅବଧି ପୂରଣ କରି ଘରକୁ ଫେରିଛନ୍ତି । କନ୍ଧମାଳ ଜିଲ୍ଲାର ବିଭିନ୍ନ ବ୍ଲକ ର ଏମାନେ ବାସିନ୍ଦା ଅଟନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ କେରଳ ଓ ତାମିଲନାଡୁ ଫେରନ୍ତା ଥିଲେ ।


