ପୋଡାଡପଦର ଗ୍ରାମରେ ଚାଷୀଙ୍କ ସହ ଆଲୋଚନା କଲେ ଯୋଗାଣ ବିଭାଗର ଅଧିକାରୀ
ଛତ୍ରପୁର,(ଦେବଦତ୍ତ ମହାରଣା) : ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ଉମାଶଙ୍କର ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୋମବାର ସହକାରୀ ଯୋଗାଣ ଅଧିକାରୀ ପୀତାମ୍ବର ସେଠୀ ଓ ଛତ୍ରପୁର ବ୍ଲକ ଯୋଗାଣ ଅଧିକାରୀ ଜୟରାମ ଲେଙ୍କା ପୋଡାପଦର ଗ୍ରାମରେ ପହଞ୍ଚି ଗ୍ରାମର ସମସ୍ତ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ପୋଡାପଦର ସ୍ଥିତ ରାଜୀବଗାନ୍ଧୀ ସେବା କେନ୍ଦ୍ର ପରିସରରେ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଚାଷୀଙ୍କ ସମସ୍ତ ଧାନ କିପରୀ ସୁରଖୁରରେ କିଣାଯିବ ସେଥି ନିମନ୍ତେ ସହକାରୀ ଯୋଗାଣ ଅଧିକାରୀ ସେଠୀ ଚାଷୀ ମାନଙ୍କ ସହ ଆଲୋଚନା କରିଥିଲେ । ମାତ୍ର ଗ୍ରାମର ଚାଷୀ ମାନେ ସେମାନଙ୍କ ଗାଁରେ ମଣ୍ଡି ଖୋଲା ଯାଇ ନିୟୋଜିତ ହୋଇଥିବା ମିଲର ମାନେ ଧାନ କିଣନ୍ତୁ ବୋଲି କହିଥିଲେ । ସେମାନେ କୁମାର ବେଗପଲ୍ଲୀ ଗ୍ରାମକୁ ଯାଇ ଧାନ ଦେବେ ନାହିଁ ବୋଲି ମଧ୍ୟ କହିଥିଲେ । ଅନ୍ୟପକ୍ଷରେ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ସେଠୀ ଚଳିତ ବର୍ଷ ପୋଡାପଦର, ହୁମର ଓ କୁମାରବେଗପଲ୍ଲୀ ଗ୍ରାମର ପଂଜିକୃତ ଚାଷୀ ମାନଙ୍କ ଧାନ ସଂଗ୍ରହ କରିବା ନିମନ୍ତେ କୁମାର ବେଗପଲ୍ଲୀ ଗ୍ରାମର ଶିବବାବା ଏସଏଚଜି ଗୃପକୁ ଦାୟିତ୍ୱ ହସ୍ତାନ୍ତର କରାଯାଇଥିବା ଚାଷୀମାନଙ୍କୁ କହିଥିଲେ । ଧାନ କିଣିବା ନିମନ୍ତେ ଦୁର୍ଗା ରାଇସ୍ ମିଲ , ଲକ୍ଷ୍ମୀନୃସିଂହ ରାଇସ ମିଲ ଓ ଲକ୍ଷ୍ମୀ ନାରାୟଣ ରାଇସ ମିଲକୁ ନିୟୋଜିତ କରାଯାଇଛି । ସେମାନେ ସେମାନଙ୍କ ଗ୍ରାମରେ ଧାନମଣ୍ଡି ଖୋଲାଯାଇ ମିଲର ମାନେ ନିଅନ୍ତୁ । ଏହାସହିତ ସେମାନଙ୍କୁ ଅଖା ଫେରାନ୍ତୁ ନଚେତ୍ ବାବଦରେ ଟଙ୍କା ପ୍ରାପ୍ୟ ପ୍ରଦାନ କରାଯାଉ । ଏନେଇ ମୁଁ ମୋର ଉପରସ୍ଥ ଅଧିକାରୀଙ୍କୁ ଜଣାଇବି ଏବଂ ଚଳିତ ବର୍ଷ ଚାଷୀଙ୍କୁ ମିଲର ମାନେ ଅଖା ଫେରାଇବେ ନଚେତ ଅଖା ବାବଦକୁ ଟଙ୍କା ଦେବେ ବୋଲି ମଧ୍ୟ ସହକାରୀ ଯୋଗାଣ ଅଧିକାରୀ ଶ୍ରୀ ସେଠୀ ଚାଷୀମାନଙ୍କୁ କହିଥିଲେ ।


