ପୋଡାମାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ରକ୍ତଦାନ ଶିବିର ୧୦୮ ୟୁନିଟ ରକ୍ତ ସଂଗୃହୀତ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ବ୍ଲକ୍ ପୋଡ଼ାମାରୀ ବିଜ୍ଞାନ ମହାବିଦ୍ୟାଳୟ ରେ ନୂଆଁ ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଆନ୍ତର୍ଗତରେ ଏକ ମେଗା ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।କଲେଜ ପରିଚାଳନା କମିଟି , ପୂର୍ବତନ ଛାତ୍ରଛାତ୍ରୀ ଏବଂ ଅଞ୍ଚଳ ଯୁବ ସମାଜ ବୁଦ୍ଧିଜୀବୀଙ୍କ ଉପସ୍ଥିତି ରେ ମେଗା ରକ୍ତଦାନ ଶିବିରରେ ରେକର୍ଡ ସଂଖ୍ୟକ ୧୦୮ ୟୁନିଟ ରକ୍ତ ସଂଗୃହୀତ ହୋଇଥିଥିଲା। ରକ୍ତଦାନ ପ୍ରତି ଛାତ୍ରଛାତ୍ରୀଙ୍କୁ ଉଛାହ ପରିଲକ୍ଷିତ ଦେଖିବାକୁ ମିଳିଥିଲା। ନୂଆଁ ଓ ଯୁବ ଓଡ଼ିଶା ସଂଯୋଜିକା ଅଧ୍ୟାପିକା ଶ୍ରୀମତୀ ସୁମିତ୍ରା ଦେବୀ , ସଭ୍ୟା ଅଧ୍ୟାପିକା ରଞ୍ଜିତା ପ୍ରଧାନ ଏବଂ ଅଧ୍ୟାପକ ଅଶୋକ କୁମାର ଶତପଥୀଙ୍କ ମିଳିତ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କଲେଜ୍ ଅଧ୍ୟକ୍ଷ ଇ ପ୍ରଦୀପ କୁମାର ପାତ୍ର ଶୁଭ ଉଦଘାଟନ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ପୋଡ଼ାମାରୀ ସରପଞ୍ଚ ସନ୍ତୋଷ କୁମାର ବିଷୋୟୀ ଯୋଗଦେଇଥିଲେ । ସମ୍ମାନିତ ଅତିଥି ଭାବେ ବରିଷ୍ଠ ଓକିଲ ଚନ୍ଦ୍ରଧ୍ୱଜ ସିଂ, ଡି କେଦାର ପାତ୍ର ଯୋଗଦେଇ ସ୍ବେଛାକୃତ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ବ୍ରହ୍ମପୁର ବଡ ମେଡିକାଲ ରକ୍ତ ସଂଗୃହିତ କର୍ମଚାରୀଙ୍କ ସହାୟତାରେ ଏହି ଶିବିରରେ ରେକର୍ଡ ସଂଖ୍ୟକ ୧୦୮ ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା କାର୍ଯ୍ୟକ୍ରମ ସଂଯୋଜନା ରେ ଅଧ୍ୟାପକ ରାମ ସ୍ୱରୂପ ପାଣିଗ୍ରାହୀ , ଅଧ୍ୟାପିକା ଦମୟନ୍ତି ପାଣିଗ୍ରାହୀ ,ଅଧ୍ୟାପକ ଦୁର୍ଯ୍ୟୋଧନ ଜେନା ଶାନ୍ତନୁ ପାଣିଗ୍ରାହୀ ଙ୍କ ସମେତ କର୍ମଚାରୀ ରମେଶ ଗୌଡ଼ ସୁରେନ୍ଦ୍ର ବେହେରା , ଶ୍ରଦ୍ଧାଞ୍ଜଳି ପଣ୍ଡା , ମଣ୍ଡଳ , ମଧୁମିତା ଦଳେଇ ରଞ୍ଜୁବାଳା ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ