ସାନଖେମୁଣ୍ଡିରେ ମିଶନ ଶକ୍ତିର ମେଗା ବ୍ୟାଙ୍କ୍ ଋଣ ସୁଧ ଫେରସ୍ତ ମେଳା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ରାଜ୍ୟ ସରକାର ମିଶନ ଶକ୍ତି ବିଭାଗ ଦ୍ଵାରା ପରିଚାଳିତ ସ୍ଵୟଂ ସହାୟିକା ସଂଘ ଗୁଡ଼ିକର ସାମାଜିକ ଆର୍ଥିକ ପରିଚାଳନାରେ ଶସକ୍ତ କରିବା ସଂସ୍କାର ଆଣିବା ସହ ସେମାନଙ୍କ ଦ୍ଵାରା ଅଣାଯାଇଥିବା ଗୋଷ୍ଠିଗତ(ଗ୍ରୁପ୍ )ରୁଣ ଗୁଡ଼ିକର ସୁଧ ଫେରସ୍ତ କରିଛନ୍ତି । ଏହି ଅବସରରେ ବ୍ଳକ ସ୍ତରରେ ମିଶନ ଶକ୍ତି ବିଭାଗ ଦ୍ଵାରା ମହିଳା ସଦକ୍ତିକରଣର ଆଭିମୁଖ୍ୟ କୁ ନେଇ ବ୍ଳକ ସ୍ତରରେ ମେଗା ସଚେତନା କାର୍ଯ୍ୟକ୍ରମ ଦ୍ବାରା ସଂଘ ମହିଳାଙ୍କୁ ଉତ୍ସାହିତ କରୁଛନ୍ତି ଏହି ପରିପ୍ରେକ୍ଷୀରେ ଆଜି ସାନଖେମୁଣ୍ଡି ବ୍ଲକ୍ ମିଶନ ଶକ୍ତି ବିଭାଗ ପକ୍ଷରୁ ଏକ ମେଗା ସଚେତନା କାର୍ଯ୍ୟକ୍ରମ ଅବସରରେ ସାନଖେମୁଣ୍ଡି ମିଶନ ଶକ୍ତି କାର୍ଯ୍ୟାଳୟ ପକ୍ଷରୁ ୮୮୧ ଗୋଟି ସଂଚୟିିକା ସଂଘକୁ ୪୦ ଲକ୍ଷ୍ ୨୭୧୭ ଟଙ୍କାର ଋଣ ସୁଧ ଫେରସ୍ତ ହୋଇଥିବା ଜଣାପଡ଼ିଛି। ବିପିସି ଦୁର୍ଯ୍ୟଧନ ମଲ୍ଲିକ, ଵିପିଏମ ନରେନ୍ଦ୍ର ତ୍ରିପାଠୀ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠି ଉନ୍ନୟନ ଅଧିକାରୀ ଜିତେନ୍ଦ୍ର କୁମାର ମିଶ୍ର ବ୍ଲକ ଅଧ୍ୟକ୍ଷା ରିଙ୍କି ନାହାକ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ସୁଚିତ୍ରା ସାହୁ ଜିଲ୍ଲା ପରିଷଦ ସଭ୍ୟ ସୁଲତା ରାଣୀ ସ୍ବାଇଁ ମାମାନି ପାତ୍ର, ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତରେ ରହିଥିବା ବ୍ୟାଙ୍କ କାନାରା ବ୍ୟାଙ୍କ,ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍, ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ୟୁନୀୟନ୍ ବ୍ୟାଙ୍କ ପକ୍ଷରୁ ଶାଖା ପ୍ରବନ୍ଧକ ଯୋଗ ଦେଇଥିବା ବେଳେ ସାନଖେମୁଣ୍ଡି ବ୍ଲକର ବିଭିନ୍ନ ପଞ୍ଚାୟତ ର ସରପଞ୍ଚ ସମିତି ସଭ୍ୟ ଜନପ୍ରତିନିଧି ସ୍ଥାନୀୟ ମିଶନ ଶକ୍ତି କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହ ବ୍ଲକ୍ ସଞ୍ଚୟୀକା ଫେଡରେଶନ କର୍ମକର୍ତ୍ତା , ମହିଳା ସଂଘ ସଦସ୍ୟା କର୍ମକର୍ତ୍ତା ପ୍ରମୁଖ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ମାଞ୍ଚାଷୀନ ଅତିଥି ସମୂହ ନିଜନିଜ ଅଭିବ୍ୟକ୍ତିର ରାଜ୍ୟ ସରକାରଙ୍କ ମହିଳାଙ୍କ ମାନଙ୍କ ପ୍ରତି ରହିଥିବା ସହଯୋଗ ସମ୍ମାନ ଏବଂ ସେମାନଙ୍କ ଶିକ୍ଷା ,ସ୍ବାସ୍ଥ୍ୟ ଓ ସମାଜର ମୁଖ୍ୟ ସ୍ରୋତ ରେ ସାମିଲ କରି ସଶକ୍ତିକରଣ ବିକାଶ ସରକାରଙ୍କ ଆଭିମୁଖ୍ୟ ନେଇ ଋଣ ଫେରସ୍ତ ମେଳାରେ ମହିଳା ମାନଙ୍କୁସଚେତନା କରିଥିଲେ ।


