ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରରେ ବାର୍ଷିକ କ୍ରିଡାତ୍ସୋବ
ଆରଡି, (ଆଲୋକ ଚନ୍ଦ୍ର ନାୟକ):ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଅଧୀନ ଆରଡି ଠାରେ ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ୫ମ ବାର୍ଷିକ କ୍ରୀଡାତ୍ସୋବ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଆରଡି ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ମଲ୍ଲ ମୂଖ୍ୟ ଅତିଥି ଭାବେ ଯୋଗଦେଇ କ୍ରୀଡା ପତାକା ଉତ୍ତୋଳନ କରିଥିଲେ । ଏହି ଉପଲକ୍ଷେ ଅନୁଷ୍ଠାନର ସଭାପତି ତ୍ରିଲୋଚନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ରୀଡା ସଭାରେ ବାବାମଣି ସ୍ନାତକ ମହାବିଦ୍ୟାଳୟର ଅଧ୍ୟାପକ ନିକୁଞ୍ଜ କିଶୋର ଜେନା ମୂଖ୍ୟବକ୍ତା, ପହଣା କ୍ଲଷ୍ଟର ସିଆରସିସି ମଙ୍ଗୁଳି ଚରଣ ସେଠୀ, ଅଧ୍ୟାପକ ବିଜୟ କୁମାର ଦାଶ, ଶିକ୍ଷାବିତ ଦୀପ୍ତି ରଂଜନ ନାୟକ, ସ୍ବାଧୀନ ଦାସ ପ୍ରମୁଖ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ନିଷ୍ଠା, ଉଦ୍ୟମ ଓ ପରିଶ୍ରମ ବଳରେ ଜଣେ କ୍ରୀଡାବିତ ଅସାଧ୍ୟ ସାଧନ କରିପାରେ । ଅନୁଷ୍ଠାନର ପ୍ରଧାନ ଆଚାର୍ଯ୍ୟା ରେଣୁବାଳା ସାମଲ ସ୍ବାଗତ ଭାଷଣ ଦେଇଥିଲା ବେଳେ ସଂପାଦକ ବାବାଜୀ ଶଙ୍କର ପାଢୀ ଅତିଥି ପରିଚୟ ଓ ଅନୁଷ୍ଠାନ ମୂଖ୍ୟ ଆଶିଷ ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ । ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ରକ୍ଷାକର ବିଶ୍ବାଳ କ୍ରୀଡା ପରିଚାଳନା କରିଥିଲେ । ଅନୁଷ୍ଠାନର ଗୁରୁମା’ ସୁନିତା ବାରିକ, ମାଳତି ମହାକୁଡ, ପ୍ରିୟତମା ସୁରାର, ସ୍ବାତୀ ନାୟକ, ଇତିଶ୍ରୀ ପାଢୀ, ରୋଜାଲୀନ ପାଢୀ, ଗୁରୁଜୀ ଉମାକାନ୍ତ ମଲ୍ଲିକ, ଜଗବନ୍ଧୁ ବାରିକ, ତଥାଗତ ବିଶ୍ବାଳ ପ୍ରମୁଖ କ୍ରୀଡା ପରିଚାଳନାରେ ଅଂଶ ଗ୍ରହଣ କରିଥିଲେ । ବିଦ୍ୟାଳୟର ୨୧୨ ଜଣ କ୍ରୀଡା ପ୍ରତିଯୋଗୀ ୩୦ ଗୋଟି ଇଭେଣ୍ଟରେ କ୍ରୀଡା ପ୍ରଦର୍ଶନ କରିଥିଲେ ।


