ପୋରସଂସ୍ଥା ପକ୍ଷରୁ ବ୍ୟାଟେରୀ ଚାଳିତ ସଫେଇଗାଡି ଉଦଘାଟିତ

କେନ୍ଦ୍ରାପଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦ୍ରାପଡା ପୋରସଂସ୍ଥା ପକ୍ଷରୁ ଶନିବାର ଅଳିଆ ଆବର୍ଜ୍ଜନା କୁ ପରିବହନ କରିବା ପାଇଁ ଏକ ନୂତନ ବ୍ୟାଟେରୀ ଚାଳିତ ଯାନ ଉଦଘାଟିତ ହୋଇଯାଇଛି । ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ଏହି ଯାନକୁ ଉଦଘାଟନ କରିଥିଲେ । ପ୍ରଥମେ ଏହି ଯାନକୁ ସ୍ୱଛସାଥୀ ତଥା ସ୍ୱୟଂ ସହାୟିକା ଗୋଷ୍ଠିର ମହିଳାମାନେ ଚଳାଇ ଅଳିଆ ଆବର୍ଜ୍ଜନା ପରିବହନ କରିବେ । ପ୍ରଥମେ ଏଭଳି ଗୋଟିଏ ଯାନକୁ ଅଣାଯାଇ ପରୀକ୍ଷାମୂଳକ ଭାବରେ ଏଠାରେ ଦେଖାଯାଉଛି । ପରେ ଏଭଳି ୩/୪ଟି ଯାନ ଆସିବାର ଅଛି । ପୈାରସଂସ୍ଥାର ୪ଟି ୱାର୍ଡ ନିମନ୍ତେ ଗୋଟିଏ କରି ଏଭଳି ଯାନ ମହିଳା ମହାସଙ୍ଗର ସ୍ୱଛସାଥୀ ଏବଂ ସ୍ୱୟଂ ସହାୟିକା ଗୋଷ୍ଠି ଗୁଡିକୁ ଚଳାଇବା ପାଇଁ ଦିଆଯିବ ବୋଲି ପୋର ନିର୍ବାହୀ ଅଧିକାରୀ ଶ୍ରୀ ବଳ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ପୋର କର୍ମଚାରୀ ଭୂବନମୋହନ କାନୁନଗୋ, ମନୋରଞ୍ଜନ ଦାସ, ଗଣେଶ ଚନ୍ଦ୍ର ପାତ୍ର, ବିଭିନ୍ନ ସ୍ୱୟଂ ସହାୟିକା ଗୋଷ୍ଠିର ପ୍ରତିନିଧି, ସ୍ୱଛସାଥୀମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ