ରତ୍ନାକର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ: କେଜି ଇଲେଭେନ୍ ଚମ୍ପିୟନ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଚଣ୍ଡିପୁରସ୍ଥିତ ଟାୱାର ଗ୍ରାଉଣ୍ଡରେ ମୁନ୍ ଲାଇଟ୍ କ୍ଲବ ଆନୁକୂଲ୍ୟରେ ୭ମ ବାର୍ଷିକୀ ରତ୍ନାକର ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ରବିବାର ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ୍ରେ କେଜି ଇଲେଭେନ ଭଦ୍ରକ ଚମ୍ପିୟନ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଟି.ଆର.ଏସ୍.ବରପଦା, ଅଲ୍ ହବିବ୍ କ୍ରିକେଟ କ୍ଲବ ବନ୍ତ, କେଜି ଇଲେଭେନ ଭଦ୍ରକ, ଟ୍ରଫି ଫାଇଟର ଧାମନଗର, ହରିହର ସୁପରଷ୍ଟାର ବାଉଦପୁର, ୟୁଥ୍ ୟୁନାଇଟେଡ୍ କ୍ଲବ ତରାପୁର, ଚନ୍ଦନେଶ୍ୱର କ୍ରିକେଟ କ୍ଲବ ପଧାନପଡା, ସଡନ୍ ଆଟାକ୍ ବନ୍ତ ଆଦି ୮ଟି ଟିମ୍ ଭାଗ ନେଇଥିଲେ । ଫାଇନାଲ ମ୍ୟାଚ୍ କେଜି ଇଲେଭେନ ଭଦ୍ରକ ଓ ଟ୍ରଫି ଫାଇଟର ଧାମନଗର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । କେଜି ଇଲେଭେନ ଟସ୍ ଜିତି ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ ୧୨ ଓଭରରେ ୪ ଉଇକେଟ୍ ହରାଇ ୧୯୭ ରନ୍ କରିଥିଲା । ଦଳର ଅଲେଖ ପୁହାଣ ୫୮, ଶଶାଙ୍କ ଚକ୍ରବର୍ତ୍ତୀ ୫୪, ବ୍ରଜେଶ୍ୱର ପୃଷ୍ଟି ୨୬ ରନ୍ କରିଥିଲେ । ପ୍ରତିପକ୍ଷର ସେକ୍ ଆଲାଉଦ୍ଦୀନ ୩ଟି ଉଇକେଟ୍ ନେଇଥିଲେ । ଟ୍ରଫି ଫାଇଟର ୧୨ ଓଭରରେ ୮ ଉଇକେଟ ହରାଇ ୧୦୦ ରନ୍ କରି ପରାଜିତ ହୋଇଥିଲା । ଦଳ ପକ୍ଷରୁ କରନ୍ ୪୨ ରନ୍ କରିଥିଲେ । ପ୍ରତିପକ୍ଷର ବାପୁନ୍ ୩ଟି ଉଇକେଟ ନେଇଥିଲେ । ଅଲେଖ ପୁହାଣଙ୍କୁ ମ୍ୟାନ୍ ଅଫ ଦି ମ୍ୟାଚ୍ ଓ ଶଶାଙ୍କ ଚକ୍ରବର୍ତ୍ତୀଙ୍କୁ ମ୍ୟାନ୍ ଅଫ ଦି ସିରିଜ୍ ପୁରସ୍କାର ପ୍ରଦାନ କରାଯାଇଥିଲା । ଆୟୋଜିତ ଉତ୍ସବରେ ଅତିଥି ପଧାନପଡା ସରପଞ୍ଚ ସେକ୍ ମୁସ୍ତାକ୍ ଅଲ୍ଲୀ ଖାଁ, ସମାଜସେବୀ ପତଞ୍ଜଳୀ କରଶର୍ମା, ସଞ୍ଜୟ କୁମାର ମଜୁମଦାର, ପଞ୍ଚାୟତ ହାଇସ୍କୁଲର ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀ, ମୁନ୍ ଲାଇଟ୍ କ୍ଲବର ସଭାପତି ସେକ୍ ଅନିସୁର ରହେମାନ୍ ଯୋଗ ଦେଇଥିଲେ । ବିଭିନ୍ନ କାର୍ଯ୍ୟରେ କ୍ଷୀତିଶ ନାୟକ, ଅଶୋକ ଜେନା, ବ୍ରଜ କିଶୋର ମହାନ୍ତି, ଗଜେନ୍ଦ୍ର ଲେଙ୍କା, ସାବ୍ଜାନ୍, ଆବ୍ତାବ୍, ହାଇଦର ଅଲ୍ଲୀ, ବେଲାଉଦ୍ଦୀନ, ଆଲ୍ଲାଉଦ୍ଦୀନ, ଅନ୍ୱାର ହୋସେନ୍, ମୋନ୍ୱାର, ସରୱାର, ରଫିକ୍ ସହଯୋଗ କରିଥିଲେ ।


