ପୋଲ ତଳକୁ ଖସି ଷଣ୍ଢ ଗୁରୁତର
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବସ ଷ୍ଟାଣ୍ଡ ନିକଟ ୧୬ନଂ ଜାତୀୟ ରାଜପଥର ତୋରତ ଗଳିପୋଲ ତଳକୁ ଏକ ଷଣ୍ଢ ପଡି ଗୁରୁତର ହୋଇଥିବା ଜଣାପଡିଛି । ଆଜି ସକାଳ ପ୍ରାୟ ୭ସମୟରେ ଷଣ୍ଢଟି ଜାତୀୟ ରାଜପଥରେ ଯାଉଥିବାବେଳେ ଗଳିପୋଲର ତଳକୁ ଖସିପଡିଥିଲା । ସ୍ଥାନୀୟ ବ୍ୟବସାୟୀ ବନ୍ଧୁ ଓ ସ୍ୱେଚ୍ଛାସେବୀ ଯୁବକମାନେ ତତକ୍ଷଣାତ ଗୁରୁତର ଆହତ ଷଣ୍ଢକୁ ଉଦ୍ଧାର କରିଥିଲେ । ଏହାପରେ ପଶୁ ସମ୍ପଦ ବିଭାଗ ଚିକିତ୍ସକଙ୍କୁ ଖବର ଦିଆଯାଇଥିଲା । ପଶୁଡାକ୍ତର ସଂଗେସଂଗେ ଘଟଣାସ୍ଥଳରେ ପହଞ୍ଚି ଷଣ୍ଢଟିର ଚିକିତ୍ସା କରିଥିବା ଜଣାପଡିଛି । ଏଠାରେ ସୂଚିତ ବର୍ତ୍ତମାନ ଜାତୀୟ ରାଜପଥ ସମ୍ପପ୍ରସାରଣ କାର୍ଯ୍ୟ ଚାଲିଥିବାବେଳେ ନୂତନ ନିର୍ମାଣ ପାଇଁ ପୁରୁଣା ପୋଲର ସୁରକ୍ଷା ପ୍ରାଚୀରକୁ ଠିକା ସଂସ୍ଥା ଅନେକ ଦିନ ହେବ ଭାଙ୍ଗିଦେଇଛି । ପ୍ରାୟ ଦୀର୍ଘ ୬ମାସ ହେବ ସୁରକ୍ଷା ପ୍ରାଚୀର ଭଙ୍ଗାଯାଇଥିଲେ ସୁଦ୍ଧା ଏହାକୁ ନିର୍ମାଣ ଦିଗରେ ଠିକା ସଂସ୍ଥା ଦୃଷ୍ଟି ଦେଉନଥିବାରୁ ଛୋଟମୋଟ ଦୁର୍ଘଟଣା ମାନ ଘଟୁଛି । ତେଣୁ ସୁରକ୍ଷା ପ୍ରାଚୀର ତୁରନ୍ତ ନିର୍ମାଣ କରିବାକୁ ସାଧାରଣରେ ଦାବି ହୋଇଛି ।


