ବୃତ୍ତିଗତ ଶୈଖିକ ଗୋଷ୍ଠୀ ଗଠନ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଅଧିନ ଷୋଳମପୁର ଆଞ୍ଚଳିକ ସାଧନ କେନ୍ଦ୍ର ଠାରେ ବୃତ୍ତିଗତ ଶୈଖିକ ଗୋଷ୍ଠୀ ଗଠନ ଶିକ୍ଷକ ରବିନ୍ଦ୍ର କୁମାର ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅତିଥି ଭାବେ ଏବିଓ ପୁରେୁଷୋତ୍ତମ ଧଳ ଓ ଶିକ୍ଷା ସଂଯୋଜକ ଡ.ସୁଶାନ୍ତ ନାୟକ ଯୋଗଦେଇ ବୃତ୍ତିଗତ ଶିକ୍ଷାର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ପ୍ରାୟ ୧୮ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯୋଗଦେଇଥିବାବେଳେ ଗଣିତ, ଇଂରାଜୀ , ସାମାଜିକ ବିଜ୍ଞାନ ପ୍ରମୁଖ ବିଷୟକୁ ନେଇ କମିଟି ଗଠନ କରାଯାଇଥିଲା । ଶିକ୍ଷା ସଂଯୋଜକ ବିନୋଦ ରାଉତ ଅତିଥି ପରିଚୟ ଓ ପ୍ରମୋଦ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ନିମାଇଚରଣ ନାୟକ, ଚିନ୍ତାମଣି ନାୟକ, ଜୟଶ୍ରୀ ଦାସ, ଦେବେନ୍ଦ୍ର ବିଶ୍ୱାଳ, ବିଜୟ ପଣ୍ଡା, ଗୋବିନ୍ଦ ବେହେରା, ଲୋପାମୁଦ୍ରା ଦାସ, ରଶ୍ମିରେଖା ରାଉତ, ଦିପ୍ତିରଞ୍ଜନ ଷେଣ୍ଢ, ଶରତ ଥାଟୋଇ, ସୂର୍ଯ୍ୟକାନ୍ତ ବରାଳ ପ୍ରମୁଖ ପରିଚାଳନା କରିଥିଲେ ।


