ପ୍ରକାଶ ପାଇଲା ବିଜୁ ଜନତା ଦଳ ର ଇସ୍ତାହାର
୨୦୧୯ ନିର୍ବାଚନ ପାଇଁ ଇସ୍ତାହାର ପ୍ରକାଶ କଲା ବିଜୁ ଜନତା ଦଳ । ରାଜ୍ୟ ବିଜେଡ଼ି କାର୍ୟ୍ୟାଳୟରେ ଇସ୍ତାହାର ଜାରି କଲେ ମୁଖ୍ୟମନ୍ତ୍ର । କଂଗ୍ରେସ ଓ ବିଜେପି ପୂର୍ବରୁ ଉଭୟ ଜାତୀୟ ଓ ଆଚଳିକ ସ୍ତରରେ ଇସ୍ତାହାର ପ୍ରକାଶ କରିସାରିଛନ୍ତି । ଆଉ ମାତ୍ର ଗୋଟିଏ ଦିନର ବ୍ୟବଧାନରେ ପ୍ରଥମ ପର୍ୟ୍ୟାୟ ପାଇଁ ଭୋଟିଂ ହେବାକୁ ଥିବା ବେଳେ ବିଜେଡ଼ି ଆଜି ପ୍ରକାଶ କରିଛି ଇସ୍ତାହାର । ଭୋଟରଙ୍କୁ ପୁଣି ଥରେ ଆକୃଷ୍ଟ କରିବା ପାଇଁ ଶାସକ ଦଳ ବିଜେଡ଼ି ଘୋଷଣା କରିଛି ଇସ୍ତାହାର ପତ୍ର । ଇସ୍ତାହାର ଉନ୍ମୋଚନ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ପ୍ରସନ୍ନ ପାଟ୍ଟଶାଣୀ, ସସ୍ମିତ ପାତ୍ର, ଅମର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । ଇସ୍ତାହାର ଜାରି କରି ନବୀନ କହିଛି,ଆମେ ପ୍ରତିଶ୍ରୁତି ପାଳନ କରିଛୁ । ଅନ୍ୟ ଦଳ ପରି ଫାଙ୍କା ପ୍ରତିଶ୍ରୁତି ଦେଉନାହିଁ ।
ନିର୍ବାଚନୀ ବୈତରଣୀ ପାର କରିବା ପାଇଁ ବିଜେଡ଼ିର ଇସ୍ତାହାର । ପଞ୍ଚମ ଥର ଗାଦି ଅକ୍ତିଆର କରିବା ପାଇଁ ବିଜେଡ଼ି ଆଣିଲା ଇସ୍ତାହାର ପତ୍ର । ଲଗାତାର ୧୯ ବର୍ଷ ଧରି ଗାଦି ସମ୍ଭାଳିବା ପରେ ପୁଣି ଥରେ ଶାସନ କରିବାକୁ ଦଳର ଭିଜନକୁ ଜନତାଙ୍କ ସାମ୍ନାରେ ରଖିଛନ୍ତି ବିଜେଡ଼ି ସୁପ୍ରିମୋ । ଇସ୍ତାହାର ପ୍ରକାଶ କରିବା ସହ ଜନତାଙ୍କ ସାମ୍ନାରେ ରିପୋର୍ଟ କାର୍ଡ଼ ରଖିଛି ବିଜେଡ଼ି ।
– ବିଜେଡ଼ିର ଇସ୍ତାହାର ଥିମ୍ ‘ନବୀନ ଓଡ଼ିଶା, ସଶକ୍ତ ଓଡ଼ିଶା
– ମହିଳାମାନଙ୍କର ଶସକ୍ତିକରଣ, ଚାଷୀଙ୍କ ଶସକ୍ତିକରଣ ଓ ପଛୁଆ ବର୍ଗ ଲୋକଙ୍କ ଶସକ୍ତିକରଣ ଉପରେ ବିଜେଡ଼ିର ଇସ୍ତାହାରରେ ଗୁରୁତ୍ୱ ଦିଆଯାଇଛି ।
– ଚାଷୀଙ୍କ ଉପରେ ଫୋକସ୍ କରିଛି ବିଜେଡ଼ି । କ୍ଷମତାକୁ ଆସିଲେ କାଳିଆ ଯୋଜନା ସବୁ ଦିନ ପାଇଁ ଚାଲିବ ।
– ସରକାର ଗଠନର ପ୍ରଥମ ଦିନରେ ବାକି ଥିବା ୨୫ ଲକ୍ଷ ଚାଷୀଙ୍କ ଦୁଇଟି କିସ୍ତିର ୧୦,୦୦୦ ଟଙ୍କା ଏକା ଥରକେ ପ୍ରଦାନ କରାଯିବ ।
– ୫୦ ହଜାର କୋଟି ଟଙ୍କା ଜଳସେଚନ ପାଇଁ ବ୍ୟୟ କରାଯିବ ।
– ଯୁବଗୋଷ୍ଠୀଙ୍କ ଉପରେ ଇସ୍ତାହାରରେ ଗୁରୁତ୍ୱ ଦେଇ ସମସ୍ତ କଲେଜ , ୟୁନିଭର୍ସିଟିରେ ମାଗଣାରେ ୱାଇଫାଇ ଉପଲବ୍ଧ କରାଯିବ ବୋଲି ନବୀନ ପ୍ରତିଶ୍ରୁତି ଦେଇଛନ୍ତି ।
– ଶୂନ୍ୟ ପ୍ରତିଶତ ସୁଧରେ ଶିକ୍ଷା ଋଣ ପ୍ରଦାନ କରାଯିବ
– ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ ।
– କାଳିଆ ଯୋଜନା ସହ କାଳିଆ ସ୍କୋଲାରସିପ୍ ମଧ୍ୟ ଜାରି ରହିବ ।
– ପଂଚାୟତ ସ୍ତରରେ ଅଧିକ ଗୋଦାମ ଗୃହ ତିଆରି କରାଯିବ । ଧାନ ସଂଗ୍ରହ ପାଇଁ ଅଧିକ ବ୍ୟବସ୍ଥା କରାଯିବ ।
– ଜଳସେଚନ ଉପରେ ଗରୁତ୍ୱ ଦେବେ ସରକାର । ଅଧିକ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।


